ETV Bharat / state

ନୂଆପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଶିଶୁ ସମେତ ୪ ମୃତ

author img

By

Published : Jul 4, 2022, 8:00 PM IST

ନୂଆପଡା ୩୫୩ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ । ମୃତକମାନଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ପଢ଼ନ୍ତୁ

ନୂଆପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଶିଶୁ ସମେତ ୪ ମୃତ
ନୂଆପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଶିଶୁ ସମେତ ୪ ମୃତ

ନୂଆପଡା: କୋମନା ଥାନା ଅନ୍ତର୍ଗତ ୩୫୩ ଜାତୀୟ ରାଜପଥ କ୍ରିଷ୍ଣା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଦମକଳ ବାହୀନି ଓ ପୋଲିସ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିଛନ୍ତି ।

ସୂଚନା ଅନୁସାରେ ଛତିଶଗଡ଼ ପଟରୁ ଗୋପାଳପୁର ଅଭିମୁଖେ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଉଥିଲା । ବିପରୀତ ଦିଗରୁ ଏକ ମୋଟର ସାଇକେଲରେ 3 ଜଣ ବ୍ୟକ୍ତିଙ୍କ ସହିତ ଜଣେ ଶିଶୁ ଯାଉଥିଲେ । ଭାରସାମ୍ୟ ହରାଇ ଦ୍ରୁତଗାମୀ ଟ୍ରକରେ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାର ମୃତ୍ୟୁ ହୋଇଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.