ETV Bharat / state

ନୂଆପଡାରେ ପ୍ରଥମ କୋଭିଡ-19 ପଜିଟିଭ ଚିହ୍ନଟ - nuapara news

ନୂଆପଡାରେ ପ୍ରଥମ କୋଭିଡ-19 ପଜିଟିଭ ଚିହ୍ନଟ । ଯୁବକ ଜଣକ ମହାରାଷ୍ଟ୍ରର ମୁମ୍ବାଇ ଫେରନ୍ତା ପ୍ରବାସୀ ଓଡ଼ିଆ ଶ୍ରମିକ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

first covid-19 positive from nuapara
ନୂଆପଡାରେ ପ୍ରଥମ କୋଭିଡ-19 ପଜିଟିଭ ଚିହ୍ନଟ
author img

By

Published : May 24, 2020, 9:41 PM IST

ନୂଆପଡା: ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମପଞ୍ଚାୟତ ଝୋଳପଥର ଗାଁର ଜଣେ 24 ବର୍ଷୀୟ ଯୁବକ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯୁବକ ଜଣକ ମହାରାଷ୍ଟ୍ରର ମୁମ୍ବାଇ ଫେରନ୍ତା ପ୍ରବାସୀ ଓଡ଼ିଆ ଶ୍ରମିକ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଝୋଳପଥର ଗାଁର 24 ବର୍ଷୀୟ ଯୁବକ କାମଧନ୍ଦା ଅନ୍ୱେଷଣରେ ମହାରାଷ୍ଟ୍ରର ମୁମ୍ବାଇ ସହରକୁ ଯାଇଥିଲେ । ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ଯୁବକ ଜଣକ ଏକ ମାଲବୋଝେଇ ଟ୍ରକ ସାହାଯ୍ୟରେ ନିଜ ଗ୍ରାମପଞ୍ଚାୟତ ସାନମହେଶ୍ୱର ଫେରି ଆସି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ବିଦୂର କୁମାର ଶବର ଖବର ପାଇବା ପରେ ଗ୍ରାମପଞ୍ଚାୟତରେ ତାଙ୍କର ପଞ୍ଜୀକୃତ କରାଇ ସାନମହେଶ୍ୱର ବିଘ୍ନ ରାଜ ଉଚ୍ଚବିଦ୍ୟାଳୟ କ୍ୱାରେନଣ୍ଟାଇନ ସେଣ୍ଟରରେ ଯୁବକଙ୍କୁ ରଖିଥିଲେ ।

ରବିବାର ଯୁବକଙ୍କ ପଜିଟିଭ ଜଣାପଡିବା ପରେ ଆକ୍ରାନ୍ତ ଯୁବକଙ୍କୁ ପ୍ରଥମେ ନୂଆପଡା କୋଭିଡ କେୟାର ସେଣ୍ଟର ପରେ କଳାହାଣ୍ଡି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ, ସାନମହେଶ୍ୱର ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଥିବା ଜିଲ୍ଲାପାଳ ମଧୁସ୍ମିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜିଲ୍ଲାରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକପ୍ରକାର ଆତଙ୍କ ଦେଖାଦେଇଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ, ଖଡ଼ିଆଳ ପୋଲିସ ଲୋକଙ୍କୁ ସଚେତନ କରିବା ସହ ଭୟଭୀତ ନ ହୋଇ ସଚେତନ ରହିବାକୁ ବାର୍ତ୍ତା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.