ETV Bharat / state

ଖବର ପ୍ରସାରଣ ପରେ ଅସହାୟ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା - helpless workers families

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅସହାୟ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ବଢାଇଲେ ଜିଲ୍ଲା ବାହାରର ଜଣେ ସରପଞ୍ଚ । ଅଧିକ ପଢନ୍ତୁ...

ଖବର ପ୍ରସାରଣ ପରେ ଅସହାୟ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା

author img

By

Published : Jul 12, 2021, 8:33 PM IST

ନୂଆପଡା: ଖବର ପ୍ରସାରଣ ହେବା ପରେ ଗୋଡ଼ତଲା ଗ୍ରାମର ଦିବ୍ୟାଙ୍ଗ ରୋହିତ ମଲ୍ଲିକଙ୍କୁ ସହାୟତାର ହାତ ବଢାଇଲେ ସୁଦୂର କଳାହାଣ୍ଡି ଜିଲ୍ଲା ନର୍ତ୍ତିକାନି ସରପଞ୍ଚ ଯତୀନ୍ଦ୍ର ସେନାପତି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗୋଡ଼ତଲା ଗ୍ରାମର ଦାଦନ ଶ୍ରମିକ ରୋହିତ ମଲ୍ଲିକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ପରିବାରର ଦୁରାବସ୍ଥା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା ।

ଖବର ପ୍ରସାରଣ ପରେ ଅସହାୟ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା

ସୂଚନା ଅନୁସାରେ ଦାଦନ ଶ୍ରମିକ ରୋହିତ ମଲ୍ଲିକ, ପତ୍ନୀ ରେବତୀ ମଲ୍ଲିକ , 2 ନାବାଳିକା ଶିଶୁ କନ୍ୟା, ବୃଦ୍ଧ ପିତାଙ୍କୁ ନେଇ ଦୁଃଖିହୀନ ପରିବାର । ଦିଵ୍ୟାଙ୍ଗ ରୋହିତ ମଲ୍ଲିକ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ସ୍ବଳ୍ପ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ହଠାତ 2018 ମସିହା ମାର୍ଚ୍ଚ ମାସରେ ରୋହିତ ଦାଦନ ଖଟି ଯାଇଥିବାବେଳେ ବଲାଙ୍ଗୀର ନିକଟରେ ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ମେରୁଦଣ୍ଡ ଭାଙ୍ଗି ଯାଇ ଅଣ୍ଟା ଠାରୁ ଗୋଡ ପର୍ଯ୍ୟନ୍ତ ଅଚଳ ହୋଇ ଯାଇଥିବାବେଳେ, ସେହିଦିନ ଠାରୁ ରୋହିତଙ୍କ ପରିବାର ଦୁଃଖ କଷ୍ଟରେ ଚଳୁଛନ୍ତି ।

ରୋଜଗାରିଆ ପୁଅ ଦିବ୍ୟାଙ୍ଗ ହେବା ପରେ ପରିବାରର ସବୁ ବୋଝ ବୃଦ୍ଧ ବାପାଙ୍କୁ ଉପରେ ପଡିଛି । ପରିଣତ ବୟସରେ ଦିବ୍ୟାଙ୍ଗ ରୋହିତଙ୍କ ବାପା ମୂଲ ଲାଗି ପରିବାର ଚଳାଉଛନ୍ତି। ଗତ କିଛି ଦିନ ପୂର୍ବେ ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ କରାଯାଇଥିଲା। ଖବର ପ୍ରସାରଣ ପରେ ଆଜି ସୁଦୂର କଳାହାଣ୍ଡି ନର୍ତ୍ତିକାନି ଗ୍ରାମପଞ୍ଚାୟତ ସରପଞ୍ଚ ଯତୀନ୍ଦ୍ର ସେନାପତି ପରିବାରର ସମସ୍ତଙ୍କ ପାଇଁ ରଥଯାତ୍ରା ଅବସରରେ କିଛି ପୋଷାକ ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ପାଇଁ ଦାବି ମଧ୍ୟ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.