ETV Bharat / state

ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣ: ବାପର ମୃତ, ପୁଅ ଗୁରୁତର - ଜୀବନ ନେଲା ଭାଲୁ

ଜୀବନ ନେଲା ଭାଲୁ । କୋମନା ରେଞ୍ଜ ଅଧୀନସ୍ଥ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହେଲେ ବାପାପୁଅ । ଜଣେ ମୃତ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

ଜୀବନ ନେଲା ଭାଲୁ
ଜୀବନ ନେଲା ଭାଲୁ
author img

By

Published : Jul 16, 2023, 8:15 PM IST

ଜୀବନ ନେଲା ଭାଲୁ

ନୂଆପଡ଼ା: କୋମନା ରେଞ୍ଜ ଅଧୀନସ୍ଥ ବିଜାଖମନ ଜଙ୍ଗଲରେ ଅଘଟଣ । ଭାଲୁ ଆକ୍ରମଣର ଶିକାର ହେଲେ ବାପାପୁଅ । ଘଟଣାସ୍ଥଳରେ ଚାଲିଗଲା ବାପାଙ୍କ ଜୀବନ । ଗୁରୁତର ଅବସ୍ଥାରେ ପୁଅକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଯନ୍ତାରେ ଭାଲୁକୁ ଧରିବା ଦାବିରେ 353ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ କୋମନା ପୋଲିସ, ବନଖଣ୍ଡ ଅଧିକାରୀ ନୂଆପଡା ଶୁଶୀଲ କୁମାର ତ୍ରିପାଠୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ହେଲେ ଲୋକେ ମାନିବାକୁ ନାରାଜ । ଶୀଘ୍ର ଭାଲୁକୁ ଧରିବା ସହ ମୃତକଙ୍କ ପରିବାର ବର୍ଗକୁ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏନେଇ 353ନଂ ଜାତୀୟ ରାଜପଥ ଗୋପାଳପୁର ରାୟପୁର ଗାଡ଼ି ମୋଟର ଚଳାଚଳ ଠପ୍ ହୋଇପଡିଛି ।

ସୂଚନା ଅନୁଯାୟୀ, କୋମନା ରେଞ୍ଜ ଅଧିନସ୍ଥ କୋନାବିରା ଗ୍ରାମପଞ୍ଚାୟତ ସ୍ଥିତ ବିରୁନପଦର ଗ୍ରାମର ଘନଶ୍ୟାମ ପଟେଲ ଶୌଚ ପାଇଁ ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରକୁ ଯାଇଥିଲେ । ସେଠାରେ ଜଙ୍ଗଲୀ ଭାଲୁ ହାବୁଡାରେ ପଡ଼ି ଯାଇ ରକ୍ତାକ୍ତ ହୋଇଥିଲେ । ଖବର ପାଇ ପୁଅ ଚୈତୁ ପଟେଲ ବାପାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । ହେଲେ ପୁଅ ଚୈତୁ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଏକାଠି ଯାଇ ଭାଲୁକୁ ଘଉଡ଼ାଇବା ବେଳକୁ ବାପା ଘନଶ୍ୟାମ ପଟେଲଙ୍କ ମୃତ୍ୟୁ ଘଟିଥିଲା । ପରେ ପୁଅ ଚୈତୁ ପଟେଲକୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

ଏହା ବି ପଢ଼ନ୍ତୁ: ଭାଲୁ ଆକ୍ରମଣରେ 3 ଗୁରୁତର

ଭାଲୁ ଅକ୍ରମଣ ଦ୍ବାରା ନିରୀହ ଜୀବନ ଯାଇଥିବା ବେଳେ ତୁରନ୍ତ ମଣିଷଖିଆ ଭାଲୁକୁ ଧରିବା ସହ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ 353ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଭାଲୁକୁ ଶୀଘ୍ର ଧରିବା ସହ ମୃତକ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଜିଦ ଧରିଛନ୍ତି ।

ତେବେ ଗତ ଫେବୃଅରୀ ମାସରେ ରାଇରଙ୍ଗପୁରରେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଥିଲେ । ଏପରି ଅନେକ ସମୟରେ ଜଙ୍ଗଲକୁ ଲାଗି ରହିଥିବା ଗାଁ ଲୋକଙ୍କୁ ଭାଲୁ ଓ ବାଘ ଆକ୍ରମଣ କରୁଥିବା ଘଟଣା ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.