ETV Bharat / state

ବରକୋଟ ଗାଁ ଭିତରେ ବୁଲୁଛନ୍ତି ଜଙ୍ଗଲୀ ହାତୀ, ଆତଙ୍କିତ ଲୋକେ

author img

By

Published : Oct 23, 2022, 8:02 AM IST

ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଚେରେଚୁଆ ଘାଟି ନିକଟସ୍ଥ ବରକୋଟ ଗାଁରେ ଜଙ୍ଗଲି ହାତୀ ଆତଙ୍କ । ଖାଦ୍ୟ ପାଣି ଅନ୍ବେଷଣରେ ଜନବସତି ମୁହାଁ ହୋଇଛନ୍ତି ହାତୀପଲ (Elephant Terror in nuapda's Barkort village) । ଅଧିକ ପଢ଼ନ୍ତୁ

ବରକୋଟ ଗାଁରେ ଜଙ୍ଗଲି ହାତୀ ଆତଙ୍କ
ବରକୋଟ ଗାଁରେ ଜଙ୍ଗଲି ହାତୀ ଆତଙ୍କ

ନୂଆପଡା: ସୁନାବେଡ଼ା ଅଭୟାରଣ୍ୟ ଚେରେଚୁଆ ଘାଟି ନିକଟସ୍ଥ ବରକୋଟ ଗାଁରେ ଜଙ୍ଗଲି ହାତୀ ଆତଙ୍କ (Elephant Terror in Barkort village) । ଖାଦ୍ୟ ପାଣି ଅନ୍ବେଷଣରେ ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଶନିବାର ସକାଳେ 7ଟି ଜଙ୍ଗଲି ହାତୀ ଚେରେଚୁଆ ଘାଟି ବାଟଦେଇ ବରକୋଟ ଗାଁକୁ ପ୍ରବେଶ କରିଛନ୍ତି ।

ବରକୋଟ ଗାଁରେ ଜଙ୍ଗଲି ହାତୀ ଆତଙ୍କ

ବରକୋଟ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପଡା ଗାଁ ଦାଣ୍ଡରେ ହାତୀ ବୁଲୁଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁ ଲୋକମାନେ କବାଟ ବନ୍ଦ କରି ଘରେ ରହୁଛନ୍ତି । ଏସମ୍ପର୍କରେ ଖବରପାଇ କୋମନା ବନବିଭାଗ କର୍ମଚାରୀ ବରକୋଟ ଗାଁକୁ ଯାଇ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଛି । ଅପରପକ୍ଷେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ଲୋକଙ୍କୁ ସଚେତନ କରୁଛି ।

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରକୁ ହାତୀପଲ ପଶି ଗାଁ ଭିତରେ ବୁଲୁଛି । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ ।

ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ଘର ଆଗରେ ବୁଲୁଛି ହାତୀ । ହାତୀର ଗାଁ ଭିତରୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହଉ ସେଥି ପ୍ରତି ସଜାଗ ରହିଛି ବନବିଭାଗ ।

ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ । କେହି ଘରୁ ନବାହାରିବା ପାଇଁ ଅନୁରୋଧ କରିଛି । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବା ବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.