ETV Bharat / state

ମୁଖ କର୍କଟରେ ପୀଡିତ ପୁଅ, ସହାୟତା ପାଇଁ ବୃଦ୍ଧା ମାଆର ଆକୁଳ ନିବେଦନ - ମୁଖ କର୍କଟରେ ପୀଡିତ ଯୁବକ

Nuapada man seeking help for treatment: ମୁଖ କର୍କଟ ରୋଗରେ ପୀଡିତ କାରଙ୍ଗାମାଲ ଗାଁର ପ୍ରିୟବ୍ରତ ପଣ୍ଡା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ବୃଦ୍ଧା ମାଆର ନିବେଦନ । ଅଧିକ ପଢନ୍ତୁ

ମୁଖ କର୍କଟରେ ପୀଡିତ ଯୁବକ
youth fighting cancer
author img

By ETV Bharat Odisha Team

Published : Jan 11, 2024, 3:27 PM IST

ସହାୟତା ପାଇଁ ବୃଦ୍ଧା ମାଆର ଆକୁଳ ନିବେଦନ

ନୂଆପଡା: ସେଜରେ ପଡିଛି ଭେଣ୍ଡିଆ ପୁଅ । ପୁଅକୁ ଜଗିଛି ବୃଦ୍ଧା ମାଆ । ମନରେ କୋହ ଓ ଆଖିରେ ଲୁହ । ମନରେ ଗୋଟିଏ ପ୍ରଶ୍ନ ପୁଅ କେବେ କ୍ୟାନସରରୁ ମୁକ୍ତ ହେବ । ନୂଆପଡି ଜିଲ୍ଲା ବୋଡେ଼ନ ବ୍ଲକ କାରଙ୍ଗାମାଲ ଗାଁର ପ୍ରିୟବ୍ରତ ପଣ୍ଡା । କ୍ୟାନସରରେ ପୀଡିତ ହେବା ପରେ ଆଖିକୁ ଦେଖାଯାଉନି ଓ ମୁକ ପାଲଟିଯାଇଛନ୍ତି । ଯେଉଁ ବୟସରେ ପରିବାରର ବୋଝ ମୁଣ୍ଡାଇବା କଥା ସେହି ବୟସରେ ପୁଅ ବୋଝ ମୁଣ୍ଡାଇଛି ମାଆ । ଗତ 8 ବର୍ଷ ହେଲା ମୁଖ କର୍କଟରେ ପୀଡିତ ପ୍ରିୟବ୍ରତ । ପୁଅକୁ ବଞ୍ଚାଇବାକୁ ଅହରହ ଉଦ୍ୟମ କରୁଛି ବୃଦ୍ଧା ମାଆଟି । 24ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି, କିନ୍ତୁ ପୁଅ ସୁସ୍ଥ ହେଉ ନାହିଁ । ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତେଣୁ ସରକାରୀ ସହାୟତା ପାଇଁ ବୃଦ୍ଧା ସରସ୍ଵତୀ ପଣ୍ଡା ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅସୁମାରୀ ସ୍ବପ୍ନ ସମ୍ମୁଖରେ କଣ୍ଟା ସାଜିଛି କ୍ୟାନ୍ସର, ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ପରିବାର

ପରିବାର କହିଲେ ବୃଦ୍ଧା ସରସ୍ଵତୀ ପଣ୍ଡା ଓ ତାଙ୍କ ରୋଗିଣୀ ପୁଅ ପ୍ରିୟବ୍ରତ । 2017 ମସିହାରେ ମୁଖ କର୍କଟ ରୋଗରେ ପୀଡିତ ହେଲେ ପ୍ରିୟବ୍ରତ । ବଲାଙ୍ଗୀର, ଟିଟିଲାଗଡ଼, ପରେ ଛତିଶଗଡ଼ ରାୟପୁର ସ୍ଥିତ ବାଲକୋ ହସ୍ପିଟାଲରେ ପୁଅର ଚିକିତ୍ସା କରାଇଥିଲେ ସରସ୍ଵତୀ । ସେଠାରେ ଅସ୍ତ୍ରୋପଚାର ହେବାପରେ ଚିକିତ୍ସାଧିନ ଅବସ୍ଥାରେ ଘରକୁ ଫେରାଇ ଆଣିଥଲେ ତାଙ୍କ ମାଆ । ଅସ୍ତ୍ରୋପଚାର ସମୟରେ ପୁଅର ଜିଭ କଟା ଯାଇଥିଲା । ଫଳରେ କଥାବାର୍ତ୍ତା ବନ୍ଦ ହୋଇଯିବା ସହିତ ଦୃଷ୍ଟି ଶକ୍ତି ହରାଇଛନ୍ତି ପ୍ରିୟବ୍ରତ । ପ୍ରାୟ 24 ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ପୁଅ ଶଯ୍ୟାଶାୟୀ । ଏବେ ବିଛଣାରେ ପଡି ପ୍ରିୟବ୍ରତ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଯେତେବେଳେ ପ୍ରିୟବ୍ରତ ସୁସ୍ଥ ଥିଲେ ସେ ଯାଦୁଗରୀରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି । ଏପରିକି ଦୁଇ ପଇସା ରୋଜଗାର କରି ମାଆର ଭରଣପୋଷଣ ମଧ୍ୟ କରୁଥିଲେ । ହେଲେ ହଠାତ 2017 ମସିହାରେ ପ୍ରିୟବ୍ରତ କ୍ୟାନସର ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚିକିତ୍ସା । କିନ୍ତୁ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ପୁଅକୁ ବଞ୍ଚାଇବା ପାଇଁ ପୈତୃକ ଜମି ଖଣ୍ଡିକ ବିକ୍ରି କରି ସର୍ଵଶ୍ବାନ୍ତ ବୃଦ୍ଧାମାଆ । ଉଭୟଙ୍କ ପାଖରେ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ରହିଛି । ହେଲେ କାମକୁ ଆସୁନଥିବା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସରକାର ତୁରନ୍ତ ଏହି ପରିବାରକୁ ଚିକିତ୍ସା ସହାୟତା ଯୋଗାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.