ETV Bharat / state

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୂଆପଡା, ପାଳିତ ହେଲା ମା ଗଣପତି ଗଡ଼ିଆଣିଙ୍କ ଯାତ୍ରା

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୂଆପଡା ଜିଲ୍ଲା । ଶୁକ୍ରବାର ନୂଆପଡା ଜ଼ୀଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଦେବୀ ଗଣାପତି ଗଡ଼ିଆଣିଙ୍କ ଦୁଆର ମୁହଁରେ ନବ ନିର୍ମିତ ହୋଇଥିବା ମୁଖ ଶାଳା ଉଦଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Sep 30, 2022, 9:37 PM IST

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୂଆପଡା
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୂଆପଡା

ନୂଆପଡା: ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବିଭିନ୍ନ ଶକ୍ତିପୀଠରେ ମହାଳୟା ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ମା'ଙ୍କ ଷୋଡଶ ଉପଚାର ପୂଜା ଚାଲିଥିବାବେଳେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଶୁକ୍ରବାର ନୂଆପଡା ଜ଼ୀଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଦେବୀ ଗଣାପତି ଗଡ଼ିଆଣିଙ୍କ ଦୁଆର ମୁହଁରେ ନବ ନିର୍ମିତ ହୋଇଥିବା ମୁଖ ଶାଳା ଉଦଘାଟିତ ହୋଇଯାଇଛି ।

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ନୂଆପଡା

ଏହା ମଧ୍ୟ ପଢନ୍ତୁ: ବଗଳାମୁଖୀଙ୍କ ମାହାତ୍ମ୍ୟ, ପୀଠରେ ନବରାତ୍ରର ସ୍ୱତନ୍ତ୍ର ପରମ୍ପରା

ନୂଆପଡା ଜିଲ୍ଲା ବ୍ୟାପି ଦଶଭୂଜା ଦେବୀ ମା ଦୂର୍ଗାଙ୍କ ପୂଜା ଆରାଧାନା ନିମନ୍ତେ ସମସ୍ତ ପ୍ରସ୍ତିତି ଶେଷ ହୋଇଛି ।ଏହାସହ ବିଭିନ୍ନ ଦେବୀଙ୍କ ଶକ୍ତିପୀଠରେ ନିଷିପୂଜା ରୀତିନୀତିରେ ପାଳିତ ହେଉଛି । ଏନେଇ ବରଗାଁର ଗଜାନନ ମେହେର ନାମକ ଶ୍ରଦ୍ଧାଳୁ ମୁଖଶାଳାର ସମସ୍ତ ଖର୍ଚ ବହନ କରିଥିବା ଗାଁ ଝାଙ୍କର ପ୍ରକାଶ କରିଛନ୍ତି । ଏହି ଅବସର ରେ ଇଷ୍ଟଦେବୀ ମାଁ ଗଣପତି ଗଡ଼ିଆଣି ଚାଲିଶା ଦେହରେ ପ୍ରସନ୍ନ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ପରେ ଦେବୀ ମାଙ୍କ ନିର୍ଦ୍ଦେଶ କ୍ରମେ ବାଜା ଗାଜାର ତାଳେତାଳେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଛି । ମୁଖଶାଳା ଉଦ୍ଘାଟନ ଉତ୍ସଵରେ ଯୋଗଦେବା ସହ ଦେବୀ ମାଙ୍କ ଦର୍ଶନ ପାଇଁ ସିନାପାଲି ବରଗାଁ ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।

ଜିଲ୍ଲାର ଖଡିଆଳ ସାର୍ବଜନୀନ ରାଜାପଡା ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ରୀ ଦୁର୍ଗାପୂଜା ଆନନ୍ଦ ଉତ୍ସାହର ସହିତ ପାଳନ କରାଯାଉଛି ।ଜଗତଜନନୀ ମା' ଦେବୀ ଦୁର୍ଗାଙ୍କୁ ଯଥା ରୀତିନୀତିରେ ପୂଜା ଆରାଧନା କରାଯାଉଛି । ଏଥିଯୋଗୁଁ ଖଡିଆଳ ସହରରେ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ପଡୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି । ରାତିରେ ସମ୍ବଲପୁରର ମୋଲୋଡି ପାର୍ଟି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ସେହିଭଳି ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମରେ ଦାଣ୍ଡିଆ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି ।ଏନେଇ ରାଜାପଡା ଦୁର୍ଗାପୂଜା କମିଟିର ସଭାପତି ଦେବ ଦେବ ସିଂଦେଓ କହିଛନ୍ତି, "ଆମର ଏହି ବର୍ଷ ଖଡିଆଳର ଝିଅ ଓ ପୁଅ ମାନେ ସବୁ ମିଶି ଦାଣ୍ଡିଆ ଉତ୍ସବର ଆୟୋଜନ କରିଛନ୍ତି । ଏଥି ସହ ଭସାଣ ଶୋଭାଯାତ୍ରା ପାଇଁ ବଲାଙ୍ଗୀର ଓ ସମ୍ବଲପୁରରୁ ବିଭିନ୍ନ ବାଜା ଅଣା ହୋଇଛି । ଅନ୍ୟପଟେ ଶ୍ରଦ୍ଧାଳୁ ସୁକୃ ବାଗ କହିଛନ୍ତି, ଏଠାରେ ଦୁଇଟି ଦୁର୍ଗା ମଣ୍ଡପ ଅଛି । ଏଠାକୁ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିଛନ୍ତି । ଫଳରେ ବହୁତ ଭିଡ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.