ETV Bharat / state

ଚାଷୀଙ୍କୁ ବର୍ଷାର ଧୋକା, ନୂଆପଡାରେ ମରୁଡିର ପଦଧ୍ୱନି

ମୌସୁମୀ ଆସିଲା, ଗାଏବ ହୋଇଗଲା । ଯାହା ଏବେ ଚାଷୀଙ୍କ ଦୁଃଖର କାରଣ ପାଲଟିଛି । ଶ୍ରାବଣ ମାସରେ ଚାଷୀ କ୍ଷେତରେ ଧାନ ରୋଇବା ବଦଳରେ ଶୁଖିଲା କ୍ଷେତକୁ ଦେଖି ଧୈର୍ଯ୍ୟ ହରା ହୋଇପଡିଛି ଚାଷୀ ।

ଡିଜାଇନ ଫଟୋ
author img

By

Published : Jul 19, 2019, 7:32 PM IST

ନୂଆପଡା: ଚାଷୀଙ୍କୁ ପୁଣି ଧୋକା ଦେଇଛି ବର୍ଷା । ମୌସୁମି ଆସିଲା ଆରମ୍ଭରୁ ବର୍ଷିଲା । ଭଲ ବର୍ଷାକୁ ଦେଖି ଖୁସିରେ ଫାଟି ପଡିଥିଲେ ଚାଷୀ । ହେଲେ ଆଷାଢ ଯାଇ ଶ୍ରାବଣ ଆସିଲା ବେଳକୁ ଆକାଶରୁ ଉଭାନ ହୋଇଯାଇଛି ବର୍ଷା । କେବଳ ବର୍ଷା ଉଭାନ ହୋଇନି ଯେ ଚାଷୀଙ୍କ ମୁହଁରୁ ହସ ଛଡାଇ ନେଇଛି । ପାଣି ଅଭାବରୁ ଜମି ଫାଟି ଆଁ କରିଛି । ଶୁଖିଲା ଜମିରେ କେମିତି ଚାଷ ହେବ ତାକୁ ନେଇ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ବର୍ଷାର ଲୁଚକାଳୀ ଖେଳରେ ଭାଙ୍ଗି ପଡିଛନ୍ତି ଚାଷୀ । ସମଗ୍ର ନୂଆପଡାରେ ଜିଲ୍ଲାରେ ଏବେ ମରୁଡିର ପଦଧ୍ବନି । ବିଶେଷ କରି ସିନାପାଲି, ବୋଡେନ, କୋମନା, ନୂଆପଡା ଓ ଖଡିଆଳ ବ୍ଲକର ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ତେବେ ସରକାରୀ ରେକର୍ଡ ଅନୁସାରେ ଜୁଲାଇ ମାସରେ ସ୍ବାଭାବିକ୍ ବର୍ଷା ଠାରୁ ପ୍ରାୟ 50 ପ୍ରତିଶତ କମ ବର୍ଷା ହୋଇଛି । ଆଗକୁ ସ୍ବାଭାବିକ ବର୍ଷା ହେବ, ବିଚଳିତ ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.