ETV Bharat / state

ଆସୁଛି ଦିପାବଳୀ: କମୁଛି ମାଟି ଦୀପର ଚାହିଦା, ଦି' ପଇସା ରୋଜଗାର ଆଶାରେ କୁମ୍ଭକାର

ଆସୁଛି ଦୀପାବଳୀ । ଦୀପ ଗଢାରେ ବ୍ୟସ୍ତ କୁମ୍ଭକାର । ହେଲେ ବର୍ତ୍ତମାନର ପରିସ୍ଥିତିରେ ମାଟି ତିଆରି ଜିନିଷର ଚାହିଦା କମିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ମାଟି କାରିଗର । ଅଧିକ ପଢନ୍ତୁ...

Etv Bharat
Etv Bharat
author img

By ETV Bharat Odisha Team

Published : Nov 9, 2023, 3:55 PM IST

ଆସୁଛି ଦିପାବଳୀ: କମୁଛି ମାଟି ଦୀପର ଚାହିଦା, ଦି' ପଇସା ରୋଜଗାର ଆଶାରେ କୁମ୍ଭକାର

ନୂଆପଡା: ଆସୁଛି ଆଲୋକର ପର୍ବ ଦୀପାବଳୀ । ଚଳଚଞ୍ଚଳ ଗାଁଠୁ ସହର । ଏନେଇ ସବୁଠି ସାଜସଜ୍ଜା ଆରମ୍ଭ ହୋଇଥିବା ବେଳେ ମାଟି ଦୀପ ଗଢିବାରେ ବ୍ୟସ୍ତ ନୂଆପଡା ଜିଲ୍ଲାର କୁମ୍ଭକାରମାନେ । ହେଲେ ବର୍ତ୍ତମାନ ସମୟ ଅନୁସାରେ ଲୋକଙ୍କ ପସନ୍ଦ ମଧ୍ୟ ବଦଳୁଛି । ମାଟି ଦୀପ ଛାଡି ଲୋକେ ପ୍ଲାଷ୍ଟିକ ଦୀପ ଏବଂ ଲିଚୁ ଲାଇଟ ଆଦିର ବହୁଳ ବ୍ୟବହାର କରୁଛନ୍ତି । ଏହିପରି ମାଟି ଦୀପର ଚାହିଦା କମୁଥିବାରୁ କୁମ୍ଭକାର ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଥାପି ଚଳିତ ବର୍ଷ ଦିପାବଳୀରେ ଭଲ ଦି' ପଇସା ରୋଜଗାର କରିବା ନେଇ ଆଶା ରଖିଛନ୍ତି ଦୀପ କାରିଗର ।

କମୁଛି ମାଟି ଦୀପର ଚାହିଦା

କରୋନା କଟକଣା ପାଇଁ ପୂର୍ବ ବର୍ଷକରେ ଭଲ ରୋଜଗାର କରିପାରିନଥିଲେ କୁମ୍ଭକାର । ତେବେ ଚଳିତ ଦିପାବଳୀ ପାଇଁ ନୂଆପଡା ଜିଲ୍ଲା କୁମ୍ଭକାର ପରିବାର ମଧ୍ୟରେ ନୂତନ ଆଶାର ସଞ୍ଚାର ଖେଳି ଯାଇଛି । କାରଣ ବଜାରରେ ପ୍ଲାଷ୍ଟିକ, ଷ୍ଟିଲ, ଆଲୁମିନିୟମ ସାମଗ୍ରୀ ବ୍ୟାପିବାରେ ଲାଗିଛି । ଲୋକେ ଚାକଚକ୍ୟ ସାମଗ୍ରୀ କୁ ପସନ୍ଦ କରୁଛନ୍ତି । ଏଭଳି ସମୟରେ କୁମ୍ଭକାରଙ୍କ ମାଟିରେ ତିଆରି ସାମଗ୍ରୀ ପ୍ରତି ଲୋକେ ମୁହଁ ମୋଡି ଚାଲିଯାଉଛନ୍ତି ।

କୁମ୍ଭକାରଙ୍କ ମହତ୍ବ

ଏପରିକି ବଡ ବଡ କବି ଲେଖକ ମାନେ କୁମ୍ଭକାର ଙ୍କୁ ମାଟିର ମଣିଷ କହିଥାଆନ୍ତି । କାରଣ ବର୍ଷ ତମାମ କୁମ୍ଭକାର ସର୍ବଦା ସମାଜ ରେ ସମର୍ପଣ ଭାବନେଇ ମାଟି ସହିତ ମାଟିହୋଇ କାମ କରିଥାଏ । ବିବାହ, ବ୍ରତ,ହୋମ, ଯଜ୍ଞ, ଶୁଦ୍ଧି କ୍ରିୟା, ପୂଜା ପାର୍ବଣରେ କୁମ୍ଭକାର ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । କୁମ୍ଭକାର ମାଟିରେ ତିଆରି ସାମଗ୍ରୀ ଯଥା ଦୀପ, ମାଟିପାତ୍ର, ସରା, ହାଣ୍ଡି, ମାଠିଆ ନଦେଲେ ଶୁଭକାମ କରିବା ସମ୍ଭବନୁହେଁ ।

ଏହା ମଧ୍ୟ ପଢନ୍ତୁ: ବସ୍ତି ପିଲାଙ୍କ ମୁହଁରେ ଖୁସି ଆଣିଲା ଦୀପ, ପ୍ରସ୍ତୁତ କରି ମେଣ୍ଟାଉଛନ୍ତି ପାଠପଢା ଖର୍ଚ୍ଚ

ଆଶା ଆଶଙ୍କାରେ କୁମ୍ଭକାର

ପରି ପରିସ୍ଥିତିରେ ମଣିଷ ଆଧୁନିକତାକୁ ଆପଣାଇ ବସିଲାଣି । ମାଟି ପାତ୍ର ପରିବେଶ ଉପଯୋଗୀ ହୋଇଥିଲେ ସୁଦ୍ଧା ଆଜିକାଲି ଲୋକେ ପ୍ଲାଷ୍ଟିକ, ଷ୍ଟିଲ, ଆଲମିନିୟମ ଭଳି ସାମଗ୍ରୀ ବ୍ୟବହାର କରୁଛନ୍ତି । ଫଳରେ ମାଟି ତିଆରି ଜିନିଷର ଚାହିଦା କମିବା ସହ ଏଭଳି ଜିନିଷର ଚାହିଦା ଦୃତ ଗତିରେ ବଢିବାରେ ଲାଗୁଛି । ଫଳରେ ପିଢ଼ି ପରେ ପିଢ଼ି ନିଜ କୌଳିକ ବୃତ୍ତି କୁ ଆପଣେଇ ଥିବା କୁମ୍ଭକାର ଆଜି ଜୀବିକା ହରାଇବାକୁ ବସିଲାଣି। ତେବେ ଏଥର ଦୀପାବଳୀ ବଜାରରେ ମାଟିରେ ତିଆରି ଅନ୍ୟାନ୍ୟ ସାମଗ୍ରୀ ଚାହିଦା ନରହିଲେବି, ମାଟି ଦୀପ ବିକ୍ରିକରି ଭଲ ଦି ପଇସା ରୋଜଗାର କରିବେ ବୋଲି କୁମ୍ଭକାର ଆଶା ପ୍ରକଟ କରିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.