ETV Bharat / state

ନିଖୋଜ ପରେ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପରିତ୍ୟକ୍ତ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ନୂଆପଡା ଜ଼ିଲ୍ଲା ମାଖାପଦର ଗ୍ରାମପଞ୍ଚାୟତ ଯୋଗି ବାହାଲ ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା ।

ନିଖୋଜ ପରେ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡ ସନ୍ଦେହ

author img

By

Published : Jul 14, 2020, 11:34 AM IST

Updated : Jul 14, 2020, 11:52 AM IST

ନୂଆପଡା: ପରିତ୍ୟକ୍ତ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ନୂଆପଡା ଜ଼ିଲ୍ଲା ମାଖାପଦର ଗ୍ରାମପଞ୍ଚାୟତ ଯୋଗି ବାହାଲ ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା ।

ନିଖୋଜ ପରେ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୂଚନା ମତେ ଯୋଗିବାହାଲ ଗାଁର ଶୋଭାରାମ ଭୋଇ ଗତ ଶନିବାର ଦିନଠାରୁ ନିଖୋଜ ଥିଲେ । ନିଖୋଜ ଘଟଣାକୁ ନେଇ ଶୋଭାରାମଙ୍କ ସ୍ତ୍ରୀ ବାଳିକା ଭୋଇ ସିନାପାଲି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ହଠାତ ଆଜି ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ ପୋଖରୀରୁ ଶୋଭାରାମଙ୍କ ମୃତଦେହ ପାଣିରେ ଭାସୁଥିବା ଗାଁଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ସିନାପାଲି ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଅପରପକ୍ଷେ ମୃତ ଶୋଭାରାମଙ୍କ ସ୍ତ୍ରୀ ଏହାଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ,ବ୍ୟବଚ୍ଛେଦ ରିପୋଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସିନାପାଲି ପୋଲିସ ସୂଚନା ଦେଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Jul 14, 2020, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.