ETV Bharat / state

ନୂଆପଡାରେ 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ଉଦଘାଟିତ

ନୂଆପଡା ଜିଲ୍ଲା ସଦର ମହୁକମାସ୍ଥିତ ସିଲଦା ଗ୍ରାମରେ ସୋମବାର କୋଭିଡ-19 ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁ ଯୋଗ ଦେଇ ହସ୍ପିଟାଲ ଉଦଘାଟନ କରିଛନ୍ତି ।

author img

By

Published : Apr 27, 2020, 9:50 PM IST

nuapada latest news, covid-19 hospital in nuapada, covid-19 hospital, corona fight in nuapada, ନୂଆପଡା ଲାଟେଷ୍ଟ ନ୍ୟୁଜ୍‌, ନୂଆପଡାରେ କୋଭିଡ-19 ହସ୍ପିଟାଲ, କୋଭିଡ-19 ହସ୍ପିଟାଲ, ନୂଆପଡାରେ କୋରୋନା ମୁକାବିଲା
ନୂଆପଡାରେ 200 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ ଉଦଘାଟିତ

ନୂଆପଡା: ଜିଲ୍ଲା ସଦର ମହୁକମାସ୍ଥିତ ସିଲଦା ଗ୍ରାମରେ ସୋମବାର କୋଭିଡ-19 ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଳାପାଳ ମଧୁସ୍ମିତା ସାହୁ ଯୋଗ ଦେଇ ହସ୍ପିଟାଲ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ 200 ଶଯ୍ୟାର ସୁବିଧା ରହିଥିବା ବେଳେ ଏଠାରେ 20ଜଣ ଡାକ୍ତର, 75ଜଣ ଷ୍ଟାଫ ନର୍ସ, ଜଣେ ମାଇକ୍ରୋବାୟୋଲୋଜିଷ୍ଟ, ଜଣେ ଲାବୋରେଟୋରୀ ଟେକ୍ନିସିଆନ ଓ ଜଣେ ଫାର୍ମାସିଷ୍ଟଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ।

ତେବେ ଏହି ହସ୍ପିଟାଲରେ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଡ଼ଃ ରାଧାରମଣ ବିର୍ତ୍ତିଆ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଳାପାଳ ସୂର୍ଯ୍ୟ ମାଧବ ପାଣିଗ୍ରାହୀ ଅବସ୍ଥାପିତ ହୋଇଥିବା ଜଣାପଡିଛି । ଏହି ଅବସରରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳୀଚରଣ ବେହେରା, ଅତିରିକ୍ତ ଜିଲ୍ଳାପାଳ ସୂର୍ଯ୍ୟ ମାଧବ ପାଣିଗ୍ରାହୀ, କୋଭିଡ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରାଧାରାମଣ ବିର୍ତ୍ତିଆ, ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବୋରେଟୋରୀ ଟେକ୍ନିସିଆନ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.