ନୂଆପଡା: ଦେଶରେ କୌଣସି ଲୋକ ଭୋକିଲା ରହିବେ ନାହିଁ ବୋଲି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏହା ମାଧ୍ୟମରେ ଗରିବ ଶ୍ରେଣୀର ପରିବାର ଲାଗି ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ଦେବାର ନିୟମ ରହିଛି । ତେବେ ଏଥିରେ ବି ଘୋଟାଲା ହେଉଥିବା ଦେଖିବାକୁ ମିଳିଛି ।
ଖଡିଆଳ ବ୍ଲକ ବଡଦୋହେଲ ଗ୍ରାମପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ଖାଉଟିଙ୍କୁ ଚାଉଳ ବଣ୍ଟନ କରିବା ପରିବର୍ତେ କଳାବଜାରି କରୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏହା ସହ ଚାଉଳ ନଦେଇ ରାସନ କାର୍ଡରେ ପକାଇଦେଉଥିବାର ମଧ୍ୟ ସେମାନେ ଅଭିଯୋଗ ଆଣିଛନ୍ତି ।
ପ୍ରତି ମାସରେ ୬୦ ରୁ ୭୦ ପରିବାରଙ୍କୁ ଚାଉଳ ନଦେଇ ଚାଉଳ ସରିଯାଇଥିବା ସହାୟକ ଶ୍ୟାମ ତାଣ୍ଡି କହୁଛନ୍ତି । ଏହି ଚାଉଳ ପରବର୍ତ୍ତୀମାସରେ ଦିଆଯିବ କହି ଠକି ଦେଉଛନ୍ତି। ତେବେ ଏହି ଚାଉଳକୁ ସେ ମାର୍କେଟରେ ଚଢା ଦରରେ ବିକ୍ରି କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ସେପଟେ ବିଡିଓଙ୍କୁ ଏ ବାବଦରେ ଅବଗତ କରିବାରୁ ସେ ଏହାକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଦୁର୍ନୀତି ଉପରେ କେବେ ତଦନ୍ତ ହେଉଛି ଓ ଏହି ଆଦିବାସୀ ବହୁଳ ଅଞ୍ଚଳର ଲୋକମାନେ କେବେ ନ୍ୟାୟ ପାଉଛନ୍ତି ତାହା ସମୟ କହିବ ।
ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ