ନୂଆପଡା: ପାଣି ଆବଣ୍ଟନକୁ ନେଇ ଚାଷୀଙ୍କ ମଧ୍ୟରେ ବିବାଦ। ନୂଆପଡା ଜିଲ୍ଲା ପତୋର ସ୍ଥିତ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ପାଣି ଆବଣ୍ଟନକୁ ନେଇ ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଘଟଣାକୁ ନିୟନ୍ତ୍ରଣ ପାଇଁ ଛଅ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
2003 ମସିହାରେ ତଳମୁଣ୍ଡ ଚାଷୀ ପାଣି ପଞ୍ଚାୟତ ଏବଂ ଉପର ମୁଣ୍ଡଚାଷୀ ପାଣି ପଞ୍ଚାୟତ ମଧ୍ୟରେ ପାଣି ଆବଣ୍ଟନକୁ ନେଇ ଏକ ବୁଝାମଣା ସ୍ବାକ୍ଷର ହୋଇଥିଲା। ସ୍ବାକ୍ଷର ଅନୁସାରେ 2020 ବର୍ଷ ଉପରମୁଣ୍ଡ ଚାଷୀମାନେ ପାଣି ବ୍ୟବହାର କରି ରବି ଫସଲ କରିଥିଲେ। ଚୁକ୍ତି ଅନୁସାରେ 2021ରେ ତଳମୁଣ୍ଡ ଚାଷୀ ପାଣି ବ୍ୟବହାର କରି ରବି ଫସଲ କରିବା କଥା । ଏହି ପକ୍ରିୟାକୁ ଉପରମୁଣ୍ଡ ଚାଷୀ ବୁଝିବାକୁ ନାରାଜ । ଯାହା ଫଳରେ ପାଣି ଆବଣ୍ଟନକୁ ନେଇ ଉଭୟ ଚାଷୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି।
ଘଟଣାକୁ ନେଇ ତଳମୁଣ୍ଡ ଚାଷୀ ପାଣି ନପାଇବାରୁ ବିଭିନ୍ନ ସମୟରେ ରାସ୍ତାରୋକ କରି ଆସୁଛନ୍ତି । ଏନେଇ ଆଜି ନୂଆପଡା ଏସପି ରାହୁଲ ଜୈନ ,ଉପ ଜିଲ୍ଲାପାଳ ତରାଣୀସେନ ନାଏକ,5ଗୋଟି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି 144 ଧାରାକୁ ବଳ ବତ୍ତର କରାଯାଇଛି।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ