ETV Bharat / state

ନୂଆପଡ଼ାରେ ଜୋରଦାର ହେବ କୁମ୍ବିଂ ଅପରେସନ, ମାଓମୁକ୍ତ ହେବ ପାଟଦରା

author img

By

Published : Jun 23, 2022, 10:28 PM IST

ପାଟଦରା ସଂରକ୍ଷିତ ଜଙ୍ଗଲରେ CRPF ଯବାନଙ୍କ କୁମ୍ବିଂ ଅପରେସନ ବେଳେ 3 ଯବାନ ଶହୀଦ ହୋଇଥିଲେ । ଏହି ଘଟଣାର 2 ଦିନ ପରେ ଗୁରୁବାର IG ଅପରେସନ ଏହାକୁ ନେଇ ଏକ ପ୍ରେସ୍‌ମିଟ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆପଡ଼ାରେ ଜୋରଦାର ହେବ କୁମ୍ବିଂ ଅପରେସନ, ମାଓମୁକ୍ତ ହେବ ପାଟଦରା
ନୂଆପଡ଼ାରେ ଜୋରଦାର ହେବ କୁମ୍ବିଂ ଅପରେସନ, ମାଓମୁକ୍ତ ହେବ ପାଟଦରା

ନୂଆପଡ଼ା: ଜିଲ୍ଲା ମାଓ ପ୍ରବଣ ପାଟଦରା ସଂରକ୍ଷିତ ଜଙ୍ଗଲରେ CRPF ଯବାନଙ୍କ କୁମ୍ବିଂ ଅପରେସନ ବେଳେ 3 ଯବାନ ଶହୀଦ ହୋଇଥିଲେ । ଏହି ଘଟଣାର 2 ଦିନ ପରେ ଗୁରୁବାର IG ଅପରେସନ ଏହାକୁ ନେଇ ଏକ ପ୍ରେସ୍‌ମିଟ୍‌ କରିଛନ୍ତି । କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା ଫଳରେ ଉତ୍ତରାଖଣ୍ଡର ଦୁଇ ଜଣ ଓ ଉତ୍ତର ପ୍ରଦେଶର ଜଣେ ଯବାନ ଶହୀଦ ହୋଇଥିଲେ ।

ଏହା ବି ପଢ଼ନ୍ତୁ ନୂଆପଡ଼ାରେ ମାଓ ଆକ୍ରମଣ, 3 CRPF ଯବାନ ଶହୀଦ

ମାଓପ୍ରବଣ ପାଟଦରା ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକ ବିକାଶ ମୂଳକ କାର୍ଯ୍ୟ ହେଉଛି । ସୁରକ୍ଷା ଦୃଷ୍ଟିରୁ ପାଟଦରା ଅଞ୍ଚଳରେ CRPF କ୍ୟାମ୍ପ ଅବସ୍ଥାପିତ କରାଯାଇଛି । ଏହାକୁ ମାଓବାଦୀ ବିରୋଧ କରି ଆସୁଥିଲେ । ମାଓବାଦୀଙ୍କ ଗତିବିଧି କୁ ନିୟନ୍ତ୍ରଣ କରିବା ପାଇଁ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ ଗତ ମଙ୍ଗଳବାର ମାଓବାଦୀ CRPF ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆଗାମୀ ଦିନରେ ଛତିଶଗଡ଼, ଗରିଆବନ୍ଧ ଜିଲ୍ଲା CRPF ଏବଂ ନୂଆପଡା CRPF ଯବାନଙ୍କ ମିଳିତ ଉଦ୍ୟମରେ କୁମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯିବ । ସେହି ଅଞ୍ଚଳକୁ ମାଓମୁକ୍ତ କରାଯିବ ବୋଲି IG ଅପରେସନ ଅମିତାଭ ଠାକୁର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.