ନୂଆପଡା: ‘ଗରିବସେନା’ ପକ୍ଷରୁ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ 353 ଜାତୀୟ ରାଜପଥ ଅବରୋଧ କରିଛନ୍ତି । JE/GPTAରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ । ତା ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଗରିବସେନାର ଆବାହକ ରବି ମଙ୍ଗରାଜ ଚେତାବନୀ ଦେଇଛନ୍ତି ।
ନୂଆପଡା ଜିଲ୍ଲା ଏକ ଦାଦନ ଶ୍ରମିକ ପ୍ରବଣ ଜିଲ୍ଲା ଅଟେ । ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ମନରେଗା ଏବଂ ଅନ୍ୟାନ୍ୟ ଯୋଜନା ଜରିଆରେ ରୋଜଗାର ଯୋଗାଇ ଦେବାକୁ ସରକାର ଅଙ୍ଗୀକାରବଦ୍ଧ । ଅପରପକ୍ଷେ ଜିଲ୍ଲାରେ 37 ଗୋଟି JE/GPTA ପଦବୀରେ ନିଯୁକ୍ତି ଦେବାର ପ୍ରକ୍ରିୟା ଚାଲିଥିବାବେଳେ ବିଭାଗୀୟ ଅଧିକାରୀ ଚଞ୍ଚକତାକରି ଜିଲ୍ଲା ବାହାରର ଯୁବକ ମାନକୁ ନିଯୁକ୍ତି ଦେବାକୁ ଯୋଜନା କରିଛି ।
ଏହି ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ଡିଗ୍ରୀ ଡିପ୍ଲୋମାଧାରୀ ଯୁବକଙ୍କୁ ନିଯୁକ୍ତି ଦାବି କରିଛି ଗରିବସେନା । ଏନେଇ ଶନିବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଆଗକୁ 353 ଜାତୀୟ ରାଜପଥ ଅବରୋଧ କରିବାକୁ ପ୍ରଶାସନକୁ ଦେଇଛନ୍ତି ଚେତାବନୀ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ