ETV Bharat / state

ଅଜଣା ରୋଗରେ ପୀଡିତ ଦୁର୍ଯ୍ୟୋଧନ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ପରିବାରକୁ ସାଜିଛି ଅର୍ଥ ବାଧକ । ସରକାର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ନୂଆପଡା ଜିଲ୍ଲାରେ ଉପଯୁକ୍ତ ଚିକିତ୍ସା ଅଭାବରୁ ମା ମୃତ୍ୟୁ ବରଣ ହୋଇଥିବା ବେଳେଏବେ ତାଙ୍କ 7 ବର୍ଷର ଶିଶୁ ଚିକିତ୍ସା ଅଭାବରୁ ଅଜଣା ରୋଗ ସହ ସଂଗ୍ରାମ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 13, 2020, 10:09 PM IST

children-with-unknown-diseases-family-need-govt-help-in-nuapada
ଅଜଣା ରୋଗରେ ଶିଶୁ, ଚିକିତ୍ସା ପାଇଁ ପରିବାରକୁ ସାଜିଛି ଅର୍ଥ ବାଧକ

ନୂଆପଡା: ସରକାର ଉଭୟ ମାଆ ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଅଧିକ ଗୁରୁତ୍ବ ଦେଇ ଯୋଜନା କରିଚାଲିଛନ୍ତି । ଶୁନ ରୁ 6 ବର୍ଷର କୋମଳ ମତି ଶିଶୁ ଓ ମାଆର ଯତ୍ନ , ସ୍ବାସ୍ଥ୍ୟ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ଟିମନପୁର ଗାଁର ଧନମତି ଖର୍ସେଲ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ବେଳେ,ଏବେ ତାଙ୍କ 7 ବର୍ଷର ଶିଶୁ ଦୁର୍ଯୋଧନ ଖର୍ସେଲ ଚିକିତ୍ସା ଅଭାବରୁ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଇଟିଭି ଭାରତର ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ...

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତାରେ ଅବସ୍ଥିତ ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗାଁ । ଗାଁର ଖର୍ସେଲ ପଡାରେ ବାସକରନ୍ତି ଅସହାୟ ଦିନ ମଜୁରିଆ ରବି ଖର୍ସେଲ । ଚିକିତ୍ସା ଅଭାବରୁ ସ୍ତ୍ରୀ ଆରପାରିକୁ ଚାଲିଯାଇଛନ୍ତି । ଏବେ ପରିବାର କହିଲେ ଅସହାୟ ରବି ଖର୍ସେଲ 2 ନାବାଳକ ପିଲା 7ବର୍ଷର ଦୁର୍ଯୋଧନ ଖର୍ସେଲ ଏବଂ 13 ବର୍ଷର ଝିଅ ବାସନ୍ତୀ ଖର୍ସେଲ ଦୁଃଖ କଷ୍ଟରେ ଚଳୁଛନ୍ତି । ହେଲେ ନାବାଳକ 7ବର୍ଷର ଶିଶୁ ଦୁର୍ଯୋଧନକୁ ଦାଉ ସାଜିଛି ଅଜଣା ରୋଗ । ମା ଛେଉଣ୍ଡ ଶିଶୁ ମା ର ସ୍ନେହ ମମତା ଜାଣିବା ପୂର୍ବରୁ ଆରପାରିକୁ ଚାଲିଗଲେ ମା । ଏବେ ଦୁଃଖ ଯନ୍ତ୍ରଣାରେ ଛଟ ପଟ ହେଉଛି ମାଆ ଛେଉଣ୍ଡ ଦୁର୍ଯୋଧନ । କାରଣ ଦୁର୍ଯୋଧନଙ୍କ ବେକରେ ଦେଖାଦେଇଛି ଅଜଣା ରୋଗ । ବଡ଼ ବଡ଼ ଫୋଡା ହୋଇ ଯନ୍ତ୍ରଣାରେ ବିକଳ ହେଉଛି ଏହି କଅଁଳମତି ଶିଶୁ । ଚିକିତ୍ସା ପାଇଁ ପରିବାରକୁ ଅର୍ଥ ସାଜିଛି ବାଧକ ।

7ବର୍ଷର କଅଁଲା ଶିଶୁ ଦୁର୍ଯୋଧନକୁ ଘରେ ଏକୁଟିଆ ଛାଡ଼ିଦେଇ ବାପା ରବି ଖର୍ସେଲ ଦିନମଜୁରୀ କାମକରି ଯାଆନ୍ତି । ବାପା ରବି ଖର୍ସେଲ ରୋଜଗାର କରି ଘରକୁ ଫେରିଲେ ଚୁଲି ଜଳିଥାଏ । ସେତେବେଳ ପର୍ଯ୍ୟନ୍ତ 2 ନାବାଳକ ଶିଶୁ ଭୋକ ଉପାସରେ ବାପାଙ୍କୁ ବାଟକୁ ଅନାଇ ବସିଥାନ୍ତି ବୋଲି ସାହି ପଡିଶା ଲୋକେ କହିଛନ୍ତି । କଅଁଳ ଶିଶୁ ଶାନ୍ତ ଶିଷ୍ଟ ସରଳ ଅଟନ୍ତି । ଏଭଳି ଶିଶୁକୁ ଦାଉ ସାଜିଲା ଅଜଣା ରୋଗ । ଶିଶୁର ଚିକିତ୍ସା ସହାୟତା ପାଇଁ ଆମ ନୂଆପଡା ପ୍ରତିନିଧି ସିନାପାଲି ବିଡ଼ିଓଙ୍କ ସହ ଆଲୋଚନା କରିଛନ୍ତି । ଶିଶୁ ସମ୍ପର୍କରେ ନୂଆପଡା ଜିଲ୍ଲାପାଳଙ୍କୁ ଅବଗତ କରି ଚିକିତ୍ସା ସହାୟତା ପାଇଁ ପଦକ୍ଷେପ ନେବେ ବୋଲି ବିଡିଓ ସଦାଶିଵ ନାଏକ ପ୍ରତିଶୃତି ଦେଇଛନ୍ତି । ଆଗକୁ ବିଡିଓଙ୍କ ପ୍ରତିଶୃତି କେବେ ପୂରଣ ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.