ETV Bharat / state

12 ବର୍ଷରୁ ଶଯ୍ୟାଶାୟୀ ଅନ୍ନପୂର୍ଣ୍ଣା, ମିଳିନି ସରକାରୀ ସହୟତା

author img

By

Published : Apr 29, 2019, 10:23 PM IST

ଚିକିତ୍ସା ଅପେକ୍ଷା କୁ ଚାହିଁ ଚାହିଁ ବିତିଛି 12 ବର୍ଷ । ଜମିବାଡି ସହ ବିକ୍ରି ହୋଇ ସାରିଛି ସମସ୍ତ ଅଳଙ୍କାର । ତଥାପି ସୁଧୁରିନି ସ୍ବାସ୍ଥ୍ୟାବସ୍ଥା । ଏ ହେଉଛି ସିନାପାଲି ବ୍ଲକ ଗମ୍ଭାରିଗୁଡା ଗାଁର ଅସହାୟ ଅନ୍ନପୂର୍ଣ୍ଣା ମେହେରଙ୍କ କଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଚିକିତ୍ସା ଅପେକ୍ଷାରେ ଅନେଇ ଅନେଇ ବିତିଛି 12 ବର୍ଷ । ଜମିବାଡି ସହ ବିକ୍ରି ହୋଇ ସାରିଛି ସମସ୍ତ ସୁନା ଗହଣା । ତଥାପି ସୁଧୁରିନି ସ୍ବାସ୍ଥ୍ୟାବସ୍ଥା । ଏ ହେଉଛି ସିନାପାଲି ବ୍ଲକ ଗମ୍ଭାରିଗୁଡା ଗାଁର ଅସହାୟ ଅନ୍ନପୂର୍ଣ୍ଣା ମେହେରଙ୍କ କଥା । ଯିଏ ଚିକିତ୍ସା ଅଭାବରୁ ଅନେକ ଦିନ ହେବ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି । ଫଳରେ ବନ୍ଧା ପଡିଛନ୍ତି ସ୍ବାମୀ ହରିନାଥ ମେହେର, ପୁଅ ଦେବରାଜ ଓ ଝିଅ ଗୀତାଞ୍ଜଳି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଦୁଇ ସନ୍ତାନଙ୍କ ଜନ୍ମ ପର୍ଯ୍ୟନ୍ତ ଜେନତେନ ପ୍ରକାରେ ଚାଲିଥିଲା ଅନ୍ନପୂର୍ଣ୍ଣାଙ୍କ ସଂସାର । ହେଲେ 2007 ମସିହା ପରଠାରୁ ହଠାତ୍‌ ବିଗିଡିବାରେ ଲାଗିଥିଲା ଅନ୍ନପୂର୍ଣ୍ଣାଙ୍କର ସ୍ବାସ୍ଥ୍ୟାବସ୍ଥା । ସାମାନ୍ୟ ଜ୍ବରରୁ ଆରମ୍ଭ ହେଲା ରୋଗ । ପରେ ଧିରେଧିରେ ଏହା ଅନ୍ନପୂର୍ଣ୍ଣାଙ୍କ ଅଣ୍ଟା ଓ ଗୋଡକୁ ଗ୍ରାସ କରିଥିଲା । ଫଳରେ ଅଣ୍ଟାରୁ ତଳକୁ ଦୁଇ ଗୋଡ ଧିରେ ଧିରେ ଅଚଳ ହୋଇ ପଡିଥିଲା । ଯେଉଁଥିପାଇଁ ଚଲାବୁଲାଠାରୁ ଆରମ୍ଭ କରି ନିତ୍ୟକର୍ମ ପର୍ଯ୍ୟନ୍ତ ସବୁଥିପାଇଁ ସ୍ବାମୀ ଓ ପିଲାମାନଙ୍କ ଉପରେ ନିର୍ଭର କରିବାକୁ ଲାଗିଲେ ଅନ୍ନପୂର୍ଣ୍ଣା ।

ସ୍ତ୍ରୀର ଚିକିତ୍ସା ପାଇଁ ଜମିବାଡି ସହ ଥିବା ସମସ୍ତ ସୁନା ଗହଣାକୁ ବିକି ସର୍ବସ୍ବାନ୍ତ ହୋଇ ପଡିଛନ୍ତି ହରିନାଥ । ହେଲେ ସୁଧୁରି ପାରିନି ଅନ୍ନପୂର୍ଣ୍ଣାଙ୍କ ଅବସ୍ଥା । ବରଂ ସମୟ ସହ ଧିରେଧିରେ ବିଗିଡାବାରେ ଲାଗିଛି ସ୍ବାସ୍ଥ୍ୟ । ତେଣୁ ଯଦି ସରକାରୀସ୍ତରରେ କିଛି ଆର୍ଥିକ ସହାୟତା ମିଳନ୍ତା ତେବେ ସ୍ତ୍ରୀକୁ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ମିଳିପାରନ୍ତା ବୋଲି ଗୁହାରୀ କରିଛନ୍ତି ହରିନାଥ ।

ସରକାରୀ ଯୋଜନା ଅନୁଯାୟୀ ମହିଳା ରୋଗୀଙ୍କ ଚିକିତ୍ସା ପାଇଁ 7 ଲକ୍ଷ ଏବଂ ପୁରୁଷ ରୋଗୀଙ୍କ ପାଇଁ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସହାୟତା ରାଶି ଯୋଗାଇବାର ଘୋଷଣା କରିଛନ୍ତି ସରକାର । ହେଲେ ବାସ୍ତବରେ ଏହି ଯୋଜନା ଗାଁ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହାଫଳରେ ଗରିବ ରୋଗୀମାନେ ଆଜି ବି ଚିକିତ୍ସା ନପାଇ ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।

ତେବେ ଏନେଇ ଆମେ ପହଞ୍ଚିଥିଲୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ ଏବଂ ଜଣାଇଥିଲୁ ଅନ୍ନପୂର୍ଣ୍ଣାଙ୍କ ଦୁଃଖ ଓ ଯନ୍ତ୍ରଣାର କଥା । ହେଲେ ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ବୋର୍ଡ ମିଟିଂ ହୋଇ ନାହିଁ । ତେଣୁ ପରବର୍ତ୍ତୀ ସମୟରେ ଏହାର ତଦନ୍ତ କରି ଅନ୍ନପୂର୍ଣ୍ଣାଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.