ETV Bharat / state

କର୍ମ ପ୍ରତି ସମର୍ପିତ ଅଙ୍ଗନବାଡି ଦିଦି, ସେବାମନ୍ତ୍ରକୁ କରିଛନ୍ତି ଜୀବନର ମୂଳମନ୍ତ୍ର - ନୂଆପଡା ଖବର

ଆପଣମାନେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ବିଷୟରେ ଶୁଣିଥିବେ କିନ୍ତୁ ଆଜି ଆମେ ଜଣେ ଆଦର୍ଶ ଅଙ୍ଗନବାଡି ଦିଦିଙ୍କ କଥା କହିବୁ । ଅଧିକ ପଢନ୍ତୁ...

କର୍ମ ପ୍ରତି ସମର୍ପିତ ଅଙ୍ଗନବାଡି ଦିଦି, ସେବାମନ୍ତ୍ରକୁ କରିଛନ୍ତି ଜୀବନର ମୂଳମନ୍ତ୍ର

author img

By

Published : Feb 6, 2021, 2:12 PM IST

ନୂଆପଡା : ସେ ସମସ୍ତଙ୍କ ପସନ୍ଦ, ଶିଶୁଙ୍କ ଠୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କ ସେ ପ୍ରିୟ ଅଙ୍ଗନବାଡି ଦିଦି । ଆପଣମାନେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ବିଷୟରେ ଶୁଣିଥିବେ କିନ୍ତୁ ଆଜି ଆମେ ଜଣେ ଆଦର୍ଶ ଅଙ୍ଗନବାଡି ଦିଦିଙ୍କ କଥା କହିବୁ । ସ୍ବାସ୍ଥ୍ୟ ପରୀକ୍ଷା ହେଉ କିମ୍ବା ପରାମର୍ଶ, ପିଲାଙ୍କୁ ପ୍ରି ଏଜୁକେସନ୍ ଦେବା କଥା କୁହନ୍ତୁ କିମ୍ବା ସଚେତନତା ସବୁଥିରେ ପାରଙ୍ଗମ ସେ । ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା 6 ଗୋଟି ସେବା ମୂଳମନ୍ତ୍ରକୁ ସେ ନିଜ ଜୀବନର ମୂଳମନ୍ତ୍ର କରିଛନ୍ତି । ଆମେ କହୁଛୁ ଅଙ୍ଗନବାଡି ଦିଦି ନମିତା ବଘେଲଙ୍କ କଥା ।

କର୍ମ ପ୍ରତି ସମର୍ପିତ ଅଙ୍ଗନବାଡି ଦିଦି, ସେବାମନ୍ତ୍ରକୁ କରିଛନ୍ତି ଜୀବନର ମୂଳମନ୍ତ୍ର

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ଭାଲୁଙ୍ଗରି ଅଙ୍ଗନବାଡି କେନ୍ଦ୍ର-2ରେ କାର୍ଯ୍ୟରତ ନମିତା ବଘେଲ୍, ଯିଏ ନିଜ କର୍ମକୁ ହିଁ ଭଗବାନ ମାନନ୍ତି । ଅଙ୍ଗନବାଡିରେ ନିଯୁକ୍ତି ପାଇଁ ସେ ଜଣେ ନୁହେଁ ବରଂ ଏକାଧିକ ଶିଶୁର ମା ହେଇ ନିଜକୁ ଗର୍ବିତ ମନେ କରନ୍ତି । ନାଚଗୀତ, ଗପ ମାଧ୍ୟମରେ ଶିଶୁଙ୍କ ମନ କିଣିପାରୁଛନ୍ତି ଦିଦି । କୌଣସି ସରକାରୀ କାମ କରିବାରେ ମଧ୍ୟ ସେ କେବେ ବି କୁଣ୍ଠାବୋଧ କରିନାହାଁନ୍ତି ।

6 ବର୍ଷ ପର୍ଯ୍ୟନ୍ତ କୋମଳମତି ଶିଶୁଙ୍କଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଓ କିଶୋରୀ ବାଳିକାଙ୍କ ସୁରକ୍ଷା ଅଭିଯାନରେ ସେ । ପୁଷ୍ଟିକର ଖାଦ୍ୟ, ନିୟମତି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାସ୍ଥ୍ୟ ପରାମର୍ଶ ସେବା ଆଦି ଯୋଗାଇଦେବାରେ ସେ କେବେବି ହେଳା କରନ୍ତି ନାହିଁ । ଗାଁ-ଗାଁ ବୁଲି ସଚେତନତାର ବାର୍ତ୍ତା ଦିଅନ୍ତି । ସମସ୍ତ ସରକାରୀ ନିୟମକୁ ପାଳନ କରି କାର୍ଯ୍ୟ କରୁଥିବାରୁ ଅଧିକାରୀ ମଧ୍ୟ ବେଶ୍ ଖୁସି ।

ନୂଆପଡାରୁ ମୋତିଲାଲ୍ ବାଗ୍ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.