ETV Bharat / state

ଏ ସ୍କୁଲ ମୋ ବାପାର...! - ପୈତୃକ ସମ୍ପତ୍ତି

ନୂଆପଡା ଜିଲ୍ଲାର ଲାଲଗଡ କୁହାଯାଉଥିବା ତାଲାକୋଟ ଏରିଆର ତାଲାକୋଟ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ । ଏଠାରେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଗାଁର ପୁନୀତରାମ ବନବାସୀ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟକୁ ପୈତୃକ ସମ୍ପତ୍ତି ଦାବିକରି ଜବରଦଖଲ କରିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ନୂଆପଡା
author img

By

Published : Aug 29, 2019, 11:17 PM IST

ନୂଆପଡା: ସରକାରଙ୍କ ପ୍ରାଥମିକ ଶିକ୍ଷାର ନଗ୍ନଚିତ୍ର ହାଟରେ ପଡି ଦାଣ୍ଡରେ ଗଡୁଛି । ଇନ୍ଦିରା ଆବାସ ଗୃହରେ ଚାଳିଛି ଗୁଣାତ୍ମକ ଶିକ୍ଷା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ୧୦/୧୫ ବର୍ଗଫୁଟ କୋଠରୀରେ ଚାଳିଛି ପାଠପଢା । ସ୍ଥାନ ଅଭାବରୁ ଖୋଲା ଆକାଶ ତଳେ ପାଠ ପଢାଉଛନ୍ତି ଶିକ୍ଷକ । ଏଭଳି ନଗ୍ନ ଚିତ୍ର ଦେଖାଦେଇଛି ନୂଆପଡା ଜିଲ୍ଲା ଲାଲଗଡ କୁହାଯାଉଥିବା ତାଲାକୋଟ ଗାଁରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ନୂଆପଡା

ଜିଲ୍ଲାର ଲାଲଗଡ କୁହାଯାଉଥିବା ତାଲାକୋଟ ଏରିଆର ତାଲାକୋଟ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ । ଏଠାରେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଗାଁର ପୁନୀତରାମ ବନବାସୀ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟକୁ ପୈତୃକ ସମ୍ପତ୍ତି ଦାବିକରି ଜବରଦଖଲ କରିଛନ୍ତି । ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରବେଶ କଲେ ଧନୁତୀର, ଟାଙ୍ଗିଆ ଓ ଫାର୍ସାଧରି ଆକ୍ରମଣ କରିବାକୁ ଗୋଡାଉଛି ଉକ୍ତ ବ୍ୟକ୍ତି। ଯାହାଫଳରେ ଭୟରେ କେହି ସେଠାକୁ ଯାଉନାହାଁନ୍ତି । ଆଉ କିଛି ବିକଳ୍ପ ନପାଇ ଇନ୍ଦିରାଆବାସ ଗୃହରେ ଚାଲିଛି ପାଠ ପଢା ।

ଶିକ୍ଷାର ବ୍ୟାପକ ସଂସ୍କାର ଚାଲିଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ, ଏପଟେ ଫେଲ ମାରିଛି ଶିକ୍ଷା ନୀତି । ଗତ ୨୦୧୭ ଶିକ୍ଷାବର୍ଷରେ ପୁନୀତରାମ ବନବାସୀ ବିଦ୍ୟାଳୟକୁ ମୋର ପୈତୃକ ସମ୍ପତ୍ତି କହି ଜବରଦଖଲ କରିଥିଲା । ସେତେବେଳେ ଅଭିଯୋଗ ପାଇ ସିନାପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଲାକୋଟ ଗାଁକୁ ଯାଇ ଉକ୍ତ ବ୍ୟକ୍ତିକୁ ବୁଝାସୁଝା କରିଥିଲେ । ସେବେଠୁ ପରିସ୍ଥିତି ସ୍ବାଭାବିକ ଥିଲା । ମାତ୍ର ଏବେ ପୁଣି ସମାନ ଅବସ୍ଥା ଦେଖାଦେଇଛି । ଅନ୍ୟପଟେ ବିଦ୍ୟାଳୟ ବହୁତ ପୁରୁଣା ହୋଇଥିବାରୁ ସ୍କୁଲ ପାଖରେ ଜମି ରେକର୍ଡ ନାହିଁ । ସିନାପାଲି ତହସିଲଦାରଙ୍କୁ ଏବାବଦରେ ଜଣାଇ ଦିଆଯିବା ସହ ଜମି ଚିହ୍ନଟ ହେବା ପରେ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିନାପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

NUAPADA SPECIAL PKG SCHOOL ENCHORCHMENT

NUAPADA SPECIAL PKG SCHOOL ENCHORCHMENT

NUAPADA SPECIAL PKG SCHOOL ENCHORCHMENT

NUAPADA SPECIAL PKG SCHOOL ENCHORCHMENT

NUAPADA SPECIAL PKG SCHOOL ENCHORCHMENT

NUAPADA SPECIAL PKG SCHOOL ENCHORCHMENT

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.