ETV Bharat / state

ଚାଷ ଜମିରୁ ଭାଲୁର ମୃତଦେହ ଉଦ୍ଧାର

author img

By

Published : Jul 13, 2020, 5:49 PM IST

ନୂଆପଡା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିନସ୍ଥ ବୋଡେନ ବ୍ଲକ ଲରକା ନିକଟସ୍ଥ ଏକ ଚାଷ ଜମିରେ ଭାଲୁର ମୃତଦେହ ପଡିଥିବା ଦେଖାଯାଇଛି ।

dead Wild bear
ମୃତ ବଣୁଆ ଭାଲୁ ଉଦ୍ଧାର

ନୂଆପଡା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ଅଭିଯୋଗ । ନୂଆପଡା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିନସ୍ଥ ବୋଡେନ ବ୍ଲକ ଲରକା ନିକଟସ୍ଥ ଏକ ଚାଷ ଜମିରେ ଭାଲୁର ମୃତଦେହ ପଡି ରହିଥିବା ଦେଖାଯାଇଛି । ମୃତଭାଲୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମୃତ ବଣୁଆ ଭାଲୁ ଉଦ୍ଧାର

ଖବରପାଇ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଢାନନ୍ଦ ସୁନାନୀଙ୍କ ନେତୃତ୍ବରେ ବନ ବିଭାଗର ଏକ ସ୍କ୍ୱାଡ ଦଳ ଲରକା ପହଞ୍ଚିଥିଲା । ସେଠାରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବନ ବିଭାଗ । ତେବେ ଭାଲୁର ପ୍ରକୃତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.