ETV Bharat / state

ସରକାରୀ ସହାୟତା ଅପେକ୍ଷାରେ ଲିଲିକା - nuapada

ଚିକିତ୍ସାରେ ଉନ୍ନତି ଆସିବ । କୌଣସି ରୋଗୀଙ୍କର ଚିକିତ୍ସା ପାଇଁ ମୃତ୍ୟୁ ହେବ ନାହିଁ । ରୋଗୀଙ୍କୁ ମାଗଣାରେ ଔଷଧ ମିଳିବ । ଏପରି ଡେଙ୍ଗୁରା ପିଟି ଚାଲିଛନ୍ତି ସରକାର । ମାତ୍ର ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଯାହା ବୟାନ କରୁଛି ନୂଆପଡ଼ା ଜିଲ୍ଲା ସଦର ମହୁକମା ଠାରୁ ୮୦ କିଲୋମିଟର ଦୂରତା ଜାମଗାଁ ମନହିରାସାହିର ଚିନ୍ତାମଣି ସଗ୍ରୀଆଙ୍କ ଝିଅ ଲିଲିକାଙ୍କ ଅବସ୍ଥା ।

ଫଟୋ ସୌଜନ୍ୟ: ପ୍ରିତିନିଧି, ନୂଆପଡା
author img

By

Published : Jun 24, 2019, 2:09 PM IST

ନୂଆପଡା: ଚିକିତ୍ସାରେ ଉନ୍ନତି ଆସିବ । କୌଣସି ରୋଗୀଙ୍କର ଚିକିତ୍ସା ପାଇଁ ମୃତ୍ୟୁ ହେବ ନାହିଁ । ରୋଗୀଙ୍କୁ ମାଗଣାରେ ଔଷଧ ମିଳିବ । ଏପରି ଡେଙ୍ଗୁରା ପିଟି ଚାଲିଛନ୍ତି ସରକାର । ମାତ୍ର ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଯାହା ବୟାନ କରୁଛି ନୂଆପଡ଼ା ଜିଲ୍ଲା ସଦର ମହୁକମା ଠାରୁ ୮୦ କିଲୋମିଟର ଦୂରତା ଜାମଗାଁ ମନହିରାସାହିର ଚିନ୍ତାମଣି ସଗ୍ରୀଆଙ୍କ ଝିଅ ଲିଲିକାଙ୍କ ଅବସ୍ଥା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ବର୍ଷକର ହୋଇଥିବାବେଳେ ଏକ ଗାଈ ଆକ୍ରମଣରେ ଲିଲିକା ଗୁରୁତର ହୋଇଥିଲେ । ସୀମିତ ସମ୍ପତ୍ତିର ମାଲିକ ଚିନ୍ତାମଣି ଝିଅର ଚିକିତ୍ସା କରାଇଥିଲେ । ମାତ୍ର ତାହା ଯଥେଷ୍ଟ ହୋଇନଥିଲା । ଏବେ ଲିଲିକା କିଡନୀ ଜନିତ ସମସ୍ୟାରେ ପଡ଼ିଛନ୍ତି ।

ନୂଆପଡାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେମିତି ଏକପ୍ରକାର ପ୍ରହସନ ପାଲଟିଛି । ସେହିଭଳି ନିରାମୟ ଯୋଜନାରେ ମଧ୍ୟ ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ମିଳୁନଥିବା ଜଣାପଡ଼ିଛି । କେବଳ କାନ୍ଥବାଡ଼ରେ ଶୋଭାପାଉଛି ଯୋଜନାର ପ୍ରଚାର ପ୍ରସାର । ଶିଶୁକନ୍ୟା ଲିଲିକାର ଆଶୁ ଆରୋଗ୍ୟ କାମନା କରି ଇଟିଭି ଭାରତ ପହଞ୍ଚିଥିଲା ସିନାପାଲି ଗୋଷ୍ଠୀ ଚିକିତ୍ସା ଅଧିକାରୀଙ୍କ ପାଖକୁ । ଅପରପକ୍ଷେ ଶିଶୁକନ୍ୟା ଲିଲିକାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବେ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.