ETV Bharat / state

ବିଷାକ୍ତ ଖାଦ୍ୟ ଖାଇ ନାବାଳିକାର ମୃତ୍ୟୁ - ବିଷାକ୍ତ ଖାଦ୍ୟ ଖାଇ ନାବାଳିକାର ମୃତ୍ୟୁ

ବିଷାକ୍ତ ଖାଦ୍ୟ ଖାଇ ନାବାଳିକାର ମୃତ୍ୟୁ । ଖଡ଼ିଆଳ ବ୍ଲକ ସୁନାରିସିକୁଆ ନିଆଲ ପଡାର ଘଟଣା । ଅଧିକ ପଢନ୍ତୁ...

1 died after consuming poisionus  food
ବିଷାକ୍ତ ଖାଦ୍ୟ ଖାଇ ନାବାଳିକାର ମୃତ୍ୟୁ
author img

By

Published : Apr 29, 2020, 12:12 AM IST

ନୂଆପଡା: ଖଡ଼ିଆଳ ବ୍ଲକ ସୁନାରିସିକୁଆ ନିଆଲ ପଡାରେ କିଶୋର ନିଆଲ ଏବଂ ଡିସେମ୍ବର ନିଆଲଙ୍କ ପରିବାରରେ ଝାଡ଼ାବାନ୍ତି । ଝାଡାବାନ୍ତିର କାରଣ ଅସ୍ପଷ୍ଟ ଥିବାବେଳେ, ବିଷାକ୍ତ ବାସି ଖାଦ୍ୟ ଖାଇ ଝାଡ଼ାବାନ୍ତି ହୋଇଥିବା ଅନୁମାନ କରାଯାଉଛି । ଝାଡ଼ାବାନ୍ତିରେ କିଶୋର ନିଆଲ ସ୍ତ୍ରୀ କୌଶଲ୍ୟା ନିଆଲ 2 ନାବାଳିକା ଝିଅ 4ଜଣ ଗୁରୁତର ହୋଇ ଖଡ଼ିଆଳ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବାବେଳେ, ଜଣେ 8 ବର୍ଷିଆ ନାବାଳିକା ଝିଅର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବିଷାକ୍ତ ଖାଦ୍ୟ ଖାଇ ନାବାଳିକାର ମୃତ୍ୟୁ

ମୃତ ଝିଅର ନାମ ବବିତା ନିଆଲ । ସେହିଭଳି ଡିସେମ୍ବର ନିଆଲ ସ୍ତ୍ରୀ କମଲେ ନିଆଲ ଝିଅ ଅନୁଶାୟା ଏବଂ ବୃଦ୍ଧ ମାଆ ଉର ନିଆଲ ଝାଡ଼ାବାନ୍ତି ହୋଇ ସିନାପାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଏହି ପରିବାରର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ, ଏହି ଦୁଇ ପରିବାର ଲୋକେ ବାସୀ ଖାଦ୍ୟ ଖାଇ ଏଭଳି ହୋଇଥିବା ପରିବାର ଲୋକେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.