ETV Bharat / state

ଏୟାରପୋର୍ଟରେ ଚାକିରି କରାଇବା ନାଁରେ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ

ଏୟାରପୋର୍ଟରେ ଚାକିରି କରାଇଦେବାକୁ କହି ଠକୁ ଥିଲେ ମହିଳା । ହେଲେ ପୋଲିସ ହାତରେ ଧରା ପଡି ଗିରଫ ହେଲେ । ଅଧିକ ପଢନ୍ତୁ...

author img

By

Published : Aug 2, 2021, 11:29 AM IST

ଚାକିରି କରାଇ ଦେବା ନାଁରେ ଠକେଇ କରି  ମହିଳା ଗିରଫ

ନୟାଗଡ: ଚାକିରି କରାଇବେ ନାଁରେ ଯୁବକଙ୍କୁ ଠକେଇ । ଏୟାରପୋର୍ଟରେ ଚାକିରି କରାଇଦେବାକୁ କହି ଠକୁ ଥିଲେ ମହିଳା । ହେଲେ ପୋଲିସ ହାତରେ ଧରା ପଡି ଗିରଫ ହେଲେ । ଗିରଫ ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି କଟକ ଚୌଦ୍ୱାର ଥାନା ଅଞ୍ଚଳ ଓଟିଏମ କଲୋନୀର ସୁଜିତ କରଙ୍କ ପତ୍ନୀ ଗାୟତ୍ରୀ ଓରଫ ମାମା ବେହେରା ।

ଗାୟତ୍ରୀ ନୟାଗଡ଼ ଟାଉନ ଥାନା ନବଘନପୁରୁର ନାରାୟଣ ସାଥୁଆଙ୍କ ପୁଅ କେଶବ ସାଥୁଆଙ୍କ ଠାରୁ ଚାକିରି କରାଇ ଦେବାକୁ କହି ପ୍ରାୟ ୨ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଥିଲେ । ଯାହାକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ତେବେ ନୟାଗଡ଼ ଟାଉନ ଥାନା ପୋଲିସ କଟକ ଜଗତପୁରରୁ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମହିଳାଙ୍କ ଠାରୁ ନଗଦ 2 ଲକ୍ଷ 65 ହଜାର ଟଙ୍କା ପୋଲିସ ଜବତ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.