ETV Bharat / state

ରକ୍ତର ଅଭାବ ଦୂର କରିବାକୁ ଆଗକୁ ଆସିଲେ ସ୍ବେଚ୍ଛାସେବୀ

author img

By

Published : Jun 5, 2021, 7:47 PM IST

ରକ୍ତର ଅଭାବକୁ ଦୂର କରିବା ନେଇ ଗୁଣ୍ଠୁଣି ଯୁବକ ସଙ୍ଘର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଯୋଜିତ । ଅଧିକ ପଢନ୍ତୁ...

ରକ୍ତର ଅଭାବ ଦୂର କରିବାକୁ ଆଗକୁ ଆସିଲେ ସ୍ବେଛାସେବୀ

ନୟାଗଡ଼: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାରରେ ଦୀର୍ଘଦିନ ଧରି ଦେଖା ଦେଇଥିଲା ରକ୍ତ ସଙ୍କଟ । ଏନେଇ ସମଗ୍ର ଜିଲ୍ଲାରେ ଦୀର୍ଘ 1 ମାସ ହେବ ଚିନ୍ତା ପ୍ରକଟ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଆଉ ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l

ଏହି ଅବସରରେ ଖଣ୍ଡପଡା ବ୍ଲକ ଗୁଣ୍ଠୁଣି ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଓ ଗୁଣ୍ଠୁଣି ଯୁବକ ସଙ୍ଘର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l

ଏହି ଅବସରରେ ସମସ୍ତ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ ସମସ୍ଥ କୋଭିଡ କଟକଣା ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥିଲା l ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଓ ଗୁଣ୍ଠୁଣି ଯୁବକ ସଙ୍ଘର ସଭାପତି ଅଶୋକ ମୁଦୁଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ 25 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.