ETV Bharat / state

ନୟାଗଡ଼ରେ ପାନୀୟ ଜଳ ପାଇଁ ଗରା ବାଲଟି ଧରି ରାଜରାସ୍ତା ଅବରୋଧ - ନୟାଗଡରୋ ପାଣି ପାଇଁ ରାସ୍ତାରୋକ

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ପିଇବା ପାଣି ନମିଳିବାରୁ ରାସ୍ତାରୋକ କଲେ ଗ୍ରାମବାସୀ । ଜାତୀୟ ରାଜପଥ ଉପରେ ହଣ୍ଡା ଗରା ରଖି ରାସ୍ତା ଅବରୋଧ । ପରେ ଜିଲ୍ଲାପାଳ ବୁଝାସୁଝା କରିବା ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ

ନୟାଗଡ଼ରେ ପାନୀୟ ଜଳ ପାଇଁ ଗରା ବାଲଟି ଧରି ରାଜରାସ୍ତା ଅବରୋଧ

author img

By

Published : Nov 2, 2022, 5:09 PM IST

ନୟାଗଡ: ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ନୟାଗଡରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନୟାଗଡ଼ ସହରରେ ପାଣି ପାଇଁ ରାଜ ରାସ୍ତା ଅବରୋଧ କଲେ ସହରବାସୀ । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତା ଅବରୋଧ ।

ନୟାଗଡ଼ରେ ପାନୀୟ ଜଳ ପାଇଁ ଗରା ବାଲଟି ଧରି ରାଜରାସ୍ତା ଅବରୋଧ

ନୟାଗଡ ପୁରୁଣା ସହରରେ କିଛିଦିନ ହେବ ପାନୀୟ ଜଳର ସମସ୍ୟା ଦେଖାଦେଇଛି l ଫଳରେ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସମାଧାନ ହୋଇପାରୁନଥିଲା । କେତେବେଳେ ମଟର ପୋଡି ଯାଇଛି ତ ପୁଣି କେତେବେଳେ କର୍ମଚାରୀ ନାହାନ୍ତି ବୋଲି ସମ୍ପୃକ୍ତ ବିଭାଗର କର୍ମଚାରୀ ମାନେ କହୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପାଣି ସମସ୍ୟା ନେଇ ସହରବାସୀ ବାରମ୍ବାର PHD ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସଠିକ ରୂପେ ସେବା ଯୋଗାଇ ଦିଆଯାଉନାହିଁ l

ଏହା ମଧ୍ୟ ପଢନ୍ତୁ: T20 World Cup: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ

ତେବେ ଏହାର ପ୍ରତିବାଦ ସ୍ୱରୂପ ସହରବାସୀ ଏକାଠି ହୋଇ ପୁରୁଣା ସହରର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ରାଜରାସ୍ତାରେ ଗରା ବାଲଟି ରଖି ଧାରଣାରେ ବସିଥିଲେ ସହରବାସୀ । ଦଶହରା ପର ଠାରୁ ସଠିକ ସମୟରେ ପାନୀୟ ଜଳ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ସହରବାସୀ । ବିଭିନ୍ନ ସମୟରେ ପାଇପରେ ପାଣି ଆସୁନଥିବା ନେଇ ଅଭିଯୋଗ କରିଛନ୍ତି ସହରବାସୀ । ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଥିବା କହିଛନ୍ତି । ସେପଟେ ରାସ୍ତା ଅବରୋଧ ଖବର ପାଇ ନୟାଗଡ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଏହା ମଧ୍ୟ ପଢନ୍ତୁ: UNICEF Warning: ପିଲାଙ୍କ ଜଳଖିଆକୁ ଆଦୌ ଅବହେଳା କରନ୍ତୁ ନାହିଁ

ଏହି ଘଟଣାକୁ ନେଇ ସହରବାସୀ କହିଛନ୍ତି, ନୟାଗଡ ସହରରେ ଦୀର୍ଘ ବର୍ଷ ଧରି ପାଣିର ସମସ୍ୟା ରହିଛି । ମାସକରେ ୧୦ ଦିନ ପାଣି କାଟି ଦେଉଛନ୍ତି । ଫୋନ କରିଲେ ମୋଟର ଖରାପ ବୋଲି କହୁଛନ୍ତି । ଆମେ ପରିଚାଳନା ପାଇଁ ପଇସା ଦେଉଛୁ ହେଲେ ସେମାନେ କାହିଁକି ମୋଟର ସଜାଡୁ ନାହାନ୍ତି । ଆମେ ବହୁତ ହଇରାଲ ହେଉଛୁ । ଆମର ଅଭିଯୋଗ କୌଣସି ସୁଫଳ ନମିଳିବା କାରଣରୁ ଆମେ ଆଜି ବାଧ୍ୟ ହୋଇ ରାସ୍ତାରେ ହାଣ୍ଡି, ମାଠିଆ, ଗରା ଥୋଇ ଆନ୍ଦୋଳନ କରୁଛୁ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.