ନୟାଗଡ଼: ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିବା ବେଳେ ହଟହଟା ହେଲେ ବିଜେଡି ବିଧାୟକ । ଦଶପଲ୍ଲା ନିର୍ବାଚନୀ ମଣ୍ଡଳୀରେ ପ୍ରଚାର ସମୟରେ ବିଧାୟକ ରମେଶ ବେହେରାଙ୍କୁ ବିରୋଧ କଲେ ଗ୍ରାମବାସୀ । ବ୍ରିଜ କରିବାକୁ ପ୍ରତିଶୃତି ଦେଇ ବ୍ରିଜ ନ କରିବାରୁ ବିରୋଧ କଲେ ଗ୍ରାମବାସୀ ।
ସୂଚନାଅନୁଯାୟୀ ପଞ୍ଚାୟତ ନିର୍ବାଚନ ନେଇ ଆଜି କୁଜମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ବାଣୀ, ପ୍ରଧାନପଡା, ସାନମୁଣ୍ଡୁଳା, ଗାଡ଼ିଆପଡା ଗ୍ରାମରେ ପ୍ରଚାର କରିବାକୁ ଆସିଥିଲେ ବିଧାୟକ । ହେଲେ ଗାଁରେ ଶୁଭ ଦେଇ କାମ କରିବାକୁ ଭୁଲିଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଜୋରଦାର ବିରୋଧ କରିଥିଲେ ଗ୍ରାମବାସୀ l ଫଳରେ ହଟହଟା ହୋଇ ଗାଁରୁ ଫେରିଆସିଥିଲେ ବିଧାୟକ ।
ବୃତଙ୍ଗ ନଦୀରେ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ କେହି କର୍ଣ୍ଣପାତ କରୁନଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବା ପରେ ସେତେବେଳେ ବିଧାୟକ ପ୍ରାର୍ଥୀ ଭାବେ ପ୍ରଚାର କରିବାକୁ ଆସିଥିବା ରମେଶ ବେହେରା ବ୍ରିଜ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ନିର୍ବାଚନର 2 ବର୍ଷ ପରେ ଏହି ପ୍ରତିଶ୍ରୁତି ଭୁଲି ଯାଇଥିବାରୁ ଆଜି ତାଙ୍କୁ ବିରୋଧ କରିଥିଲେ ଗ୍ରାମବାସୀ ।
ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ