ETV Bharat / state

ସରପଞ୍ଚଙ୍କ ସ୍ବାମୀଙ୍କ ବେଆଇନ କାର୍ଯ୍ୟକୁ ବିରୋଧ, ତଦନ୍ତ ଦାବି କଲେ ଗ୍ରାମବାସୀ - ସରପଞ୍ଚଙ୍କ ସ୍ବାମୀ

ରାଜପାଟଣା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ସରକାରୀ ଜାଗା ହଡପ ଓ ସରକାରୀ ଅର୍ଥରେ ଘର କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କିଭଳି ଜଣେ ଜନପ୍ରତିନିଧିଙ୍କ ସ୍ବାମୀ ବେଆଇନ କାର୍ଯ୍ୟ କରିଛନ୍ତି, ଏହାକୁ ନେଇ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିିନିଧି, ନୟାଗଡ
author img

By

Published : Aug 3, 2019, 9:57 PM IST

ନୟାଗଡ଼: ସରପଞ୍ଚଙ୍କ ସ୍ବାମୀଙ୍କ ବେଆଇନ କାର୍ଯ୍ୟ । ସରକାରୀ ଅର୍ଥକୁ ପ୍ରୟୋଗ କରି ଗାଁ ରାସ୍ତାରେ ସିମେଣ୍ଟ ପିଣ୍ଡି ଓ କମ୍ୟୁନିଟି ଗୃହ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ନୟାଗଡ଼ ସଦରଥାନା ଅଧିନ ରାଜପାଟଣାଗ ପଞ୍ଚାୟତର ଗ୍ରାମବାସୀ । କିଭଳି ଜଣେ ଜନପ୍ରତିନିଧିଙ୍କ ସ୍ବାମୀ ବେଆଇନ କାର୍ଯ୍ୟ କରିଛନ୍ତି, ଏହାକୁ ନେଇ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି ।

ରାଜପାଟଣା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ସରକାରୀ ଜାଗା ହଡପ ଓ ସରକାରୀ ଅର୍ଥରେ ଘର କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଭାରତୀୟ ସେନା ଚାକିରୀରୁ ଅବସର ନେବାପରେ ଗାଁରେ ରହୁଛନ୍ତି । ଗତ ନିର୍ବାଚନରେ ସ୍ତ୍ରୀଙ୍କୁ ସରପଞ୍ଚ ପ୍ରାର୍ଥୀ କରି ନିର୍ବାଚନ ଜିତିଥିଲେ । ତେବେ ଗାଁ ମୁଣ୍ଡରେ ଥିବା ସରକାରୀ ଗୋଚର ଜାଗା, ସର୍ବସାଧାରଣ ରାସ୍ତା ଉପରେ ସରକାରୀ ଅର୍ଥ ଓ ଗାଁ କଲ୍ୟାଣ ଫଣ୍ଡରୁ ଖର୍ଚ୍ଚ କରି କିଛି ସିମେଣ୍ଟ ପିଣ୍ଡି ସହ ଚୌକି କରିଥିଲେ ।

ଉଦ୍ଦେଶ୍ୟ ଥିଲା, ସନ୍ଧ୍ୟା ସମୟରେ ଗାଁ ଲୋକମାନେ ଏହି ସ୍ଥାନରେ କଟାଇବେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ଅତି ଚତୁର ସହ ସେହି ସ୍ଥାନରେ ପୁଣି ସରକାରୀ ଅର୍ଥ ପ୍ରୟୋଗରେ କମ୍ୟୁନିଟି ଗୃହ କରିବା ପାଇଁ 50 ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଆହୁରି ଲକ୍ଷାଧିକ ଟଙ୍କାର କାମ ହୋଇଛି, ଯାହାପରେ ବିଲ୍‌ କରିଥାନ୍ତେ । ଏକମାତ୍ର ଉଦ୍ଦେଶ୍ୟ ସେହି ସ୍ଥାନରେ ଏକ ଆର୍ମି କୋଚିଂ ସେଣ୍ଟର ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଗ୍ରାମବାସୀ ଏହା ଜାଣିବା ପରେ ଏହାକୁ ବିରୋଧ କରିଛନ୍ତି ।

ଗ୍ରାମବାସୀଙ୍କ ବିନା ଅନୁମତିରେ କିଭଳି ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ଅର୍ଥ ଆଣି ଘର କରୁଛନ୍ତି ଓ ଏହାକୁ ବ୍ୟକ୍ତିଗତ କାମରେ ଲଗାଇବେ । ଗ୍ରାମବାସୀଙ୍କ ଅଭିଯୋଗ ସେଇ ରାସ୍ତା ଦେଇ ସେମାନେ ପ୍ରତିଦିନ ଯିବା ଆସିବା କରୁଥିଲେ । କିନ୍ତୁ ସେଠାରେ ପିଣ୍ଡି ହେବାଦ୍ବାରା, ସେହି ସ୍ଥାନରେ ଏବେ କିଛି ଅସାମାଜିକ ବ୍ୟକ୍ତି ସେଠାରେ ନିଜର ଆଡ୍ଡା ଜମାଉଛନ୍ତି ।

ଏବାବଦରେ ଆଜି ଗ୍ରାମବାସୀ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦେବା ସହ ଏହାକୁ ବିରୋଧ କରିଛନ୍ତି । ତୁରନ୍ତ ତଦନ୍ତ କରି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଥିବା ଜଣାପଡିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

SLUG-FIRE ACCIDENT
AVO-MRUTYUNJAY SENAPATI,MAYURBHANJ
DATE-08.05.2019
ANCHOR-ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ର କଳାବଡ଼ିଆ ଶୀତଳଦହ ଗ୍ରାମରେ ଭୟାବହ ଅଗ୍ନି କାଣ୍ଡ । ଅଗ୍ନିକାଣ୍ଡ ର କାରଣ ଜଣାପଡି ନ ଥିବା ବେଳେ ରୋଷେଇ ଶାଳରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ରେ ଦୁଇ ପରିବାର ର ଚାରିବଖରା ଜଳିପଡି ପାଉଁଶ ହୋଇଯାଇଛି। ଶୀତଳଦହ ଗ୍ରାମର ରାମେଶ୍ୱର ହେମ୍ବ୍ରମ ଓ ଠୋବଳ ହେମ୍ବ୍ରମ ଙ୍କ ଘର ଅଗ୍ନିକାଣ୍ଡ ସମ୍ପୁର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଘରର ଆସବାବ ପତ୍ର ପୋଡି ନଷ୍ଟ ହୋଇଛି। ବଙ୍ଗରିପୋଷି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ହେଁ ଦୁଇ ପରିବାର ସର୍ବସାନ୍ତ ହୋଇଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.