ETV Bharat / state

ହତ୍ୟାକାରୀଙ୍କୁ ଗିରଫ ପ୍ରତିଶ୍ରୃତି ପରେ ରାସ୍ତାରୋକରୁ ଓହରିଲେ ଗ୍ରାମବାସୀ - nayagargh murder case

ହତ୍ୟାକାରୀକୁ ଧରିବାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜସୁନାଖଳା - ଚାନ୍ଦପୁର ପୂର୍ତ୍ତ ରାସ୍ତାକୁ ପାମ୍ପଡ଼ା ଠାରେ ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ.....

ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

author img

By

Published : Jan 16, 2021, 9:13 PM IST

Updated : Jan 16, 2021, 10:37 PM IST

ନୟାଗଡ଼: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତଦେହ ରଖି ରାସ୍ତାରୋକ ଚାଲିଥିବାବେଳେ ପ୍ରଶାସନର ପ୍ରତିଶୃତି ପରେ ହଟିଛି ରାସ୍ତାରୋକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ପାମ୍ପଡ଼ା ଛକ ଠାରେ ରଣପୁର-ଚାନ୍ଦପୁର ପୂର୍ତ୍ତ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ରଣପୁର ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିବାବେଳେ ପୋଲିସ ଓ ପ୍ରଶାସନ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ହତ୍ୟାକାରୀଙ୍କୁ ଗିରଫ ପ୍ରତିଶୃତି ପରେ ରାସ୍ତାରୋକରୁ ଓହରିଲେ ଗ୍ରାମବାସୀ

ପରେ ସ୍ଥାନୀୟ ପୋଲିସ ଏବଂ ତହସିଲଦାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଏବଂ ସରକାରୀ ପ୍ରୋତ୍ସାହନ ପ୍ରଦାନ ପାଇଁ ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଛି l ଅଭିଯୋଗ ଅନୁସାରେ ପାମ୍ପଡ଼ା ଗାଁ ର 44 ବର୍ଷୀୟ ସୁକାନ୍ତ ବେହେରା ଗତ 8 ଦିନ ତଳେ ଧାନ ବେଙ୍ଗଳା ପକାଉ ଥିଲେ । ତେବେ ଧାନ ବେଙ୍ଗଳାବେଳେ ଧୁସ ଉଡିବାକୁ ନେଇ ଗାଁର କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ସୁକାନ୍ତଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।

ଦୀର୍ଘ 8 ଦିନ ହେବ ଚିକିତ୍ସତ ଅବସ୍ଥାରେ ରହିବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଗାଁରେ ମୃତଦେହ ପହଞ୍ଚିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତଦେହ ରଖି ରାସ୍ତାରୋକ କରିଥିଲେ ଗ୍ରାମବାସୀ । ରଣପୁର ପୋଲିସକୁ ଗତ 8 ଦିନ ହେବ ଏତଲା ଦିଆ ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାହାକୁ ଗିରଫ ନ କରିବା ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 16, 2021, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.