ETV Bharat / state

ଭାପୁର ବ୍ଲକ ଅଧକ୍ଷା ପଦ ହରାଇବା ଘଟଣା: ସତ୍ୟ, ଧର୍ମର ବିଜୟ ହୋଇଛି କହିଲେ ଉପାଧ୍ୟକ୍ଷ

author img

By

Published : Aug 18, 2021, 7:39 AM IST

ନୟାଗଡ ଭାପୁର ବ୍ଲକ ଅଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବରେ ହାରିବାକୁ ନେଇ କଟାକ୍ଷ କଲେ ଉପାଧ୍ୟକ୍ଷ ଗୟାଧର ପରିଡା, ସତ୍ୟ, ଧର୍ମର ବିଜୟ ହୋଇଥିବା ନେଇ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଭାପୁର ବ୍ଲକ ଅଧକ୍ଷା ପଦ ହରାଇବା ଘଟଣା: ସତ୍ୟ, ଧର୍ମର ବିଜୟ ହୋଇଛି କହିଲେ ଉପାଧ୍ୟକ୍ଷ
ଭାପୁର ବ୍ଲକ ଅଧକ୍ଷା ପଦ ହରାଇବା ଘଟଣା: ସତ୍ୟ, ଧର୍ମର ବିଜୟ ହୋଇଛି କହିଲେ ଉପାଧ୍ୟକ୍ଷ

ନୟାଗଡ: ଅନାସ୍ଥାରେ ଭାପୁର ବ୍ଲକ ଅଧକ୍ଷା ପଦ ହରାଇବାକୁ ନେଇ ସତ୍ୟ, ଧର୍ମର ବିଜୟ ହୋଇଛି ବୋଲି କହିଲେ ଉପାଧ୍ୟକ୍ଷ ଗୟାଧର ପରିଡ଼ା । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷାଙ୍କ ବିପକ୍ଷରେ ଅନାସ୍ଥା ଭୋଟ । ଅନାସ୍ଥା ଭୋଟିଂରେ ପଦ ହରାଇଲ ବ୍ଲକ ଅଧ୍ୟକ୍ଷା । ଦୀର୍ଘ ଦିନ ଧରି ଉପାଧ୍ୟକ୍ଷ-ଅଧକ୍ଷାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଗତକାଲି(ମଙ୍ଗଳବାର) ଫଇସଲା ହୋଇଛି l

ସେପଟେ ଏହାକୁ ନେଇ ଉପାଧ୍ୟକ୍ଷ ଗୟାଧର ପରିଡ଼ା କହିଛନ୍ତି 'ସତ୍ୟ ଧର୍ମର ଜୟ ହୋଇଛି l ତେଣୁ ଭାପୁର ସରପଞ୍ଚ ସମିତି ସଭ୍ୟମାନଙ୍କର ସ୍ୱାଭିମାନ ଫେରିଛି, ବ୍ଲକ ପୂର୍ବରୁ ସ୍ଥାଣୁ ପାଲଟିଥିଲା ।' ଗତକାଲି ହୋଇଥିବା ଭୋଟିଂରେ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ମିଶାଇ ମୋଟ 40 ଜଣଙ୍କ ମଧ୍ୟରୁ 39 ଜଣ ଭୋଟ ଦେଇଥିଲେ । ଅନାସ୍ଥା ସପକ୍ଷରେ ଅର୍ଥାତ ଅଧ୍ୟକ୍ଷାଙ୍କ ବିପକ୍ଷରେ 32 ଟି ଭୋଟ ଯାଇଥିବାବେଳେ ସପକ୍ଷରେ ମାତ୍ର 7ଟି ଭୋଟ ଯାଇଛି l ଫଳରେ ବ୍ଲକ ଅଧ୍ୟକ୍ଷା ପଦ ହରାଇଛନ୍ତି ।

ସ୍ଥାନୀୟ ତହସିଲଦାର ରିଟର୍ଣ୍ଣିଂ ଅଧିକାରୀ ଭାବେ ଅନାସ୍ଥା ଭୋଟ ପରିଚାଳନା କରିଥିଲେ । ସେପଟେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l ତେବେ ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବା ନେଇ ସୂଚନା ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.