ନୟାଗଡ଼: ଆଜି(ସୋମବାର) ହେଉଛି ଛେନାପୋଡ଼ ଦିବସ । ଏହି ଦିବସକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି । ନୟାଗଡ଼ ଛେନାପୋଡ଼କୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରଥମ ଥର ଲାଗି ଦାବି ହୋଇଛି । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ ଦିବସ ରୂପେ ପାଳନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଉଦ୍ୟମ କରିଛନ୍ତି ।
ଆଜିର ଦିନକୁ ପ୍ରତ୍ୟେକ ବର୍ଷ ପାଳନ ପାଇଁ କାର୍ଯ୍ୟକ୍ରମ କରାଯାଉଛି । ଆଜି ସନ୍ଧ୍ୟାରେ ଏକ ବଡ଼ ଛେନାପୋଡ଼ ବଣ୍ଟନ କରାଯାଇ ନୟାଗଡ଼ ବଜାରରେ ଏହି ଦିବସକୁ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ ଦିବସ ରୂପେ ଆଜି ପାଳନ କରାଯାଉଛି । ଏପ୍ରିଲ 11 ଅର୍ଥାତ ଆଜିକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।
ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ଆରମ୍ଭ ହୋଇଛି । ସେପଟେ ଏଭଳି ଏକ ଉଦ୍ୟମକୁ ସ୍ବାଗତ କରିଛନ୍ତି ନୟାଗଡର ଜନସାଧାରଣ । ସହରର କଚେରୀ ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ । ବଳକା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ସୁଦର୍ଶନ ପ୍ରସ୍ତୁତ କରିଥିଲେ ।
ଏହା ବି ପଢନ୍ତୁ- ସୋମବାର ଛେନାପୋଡ ଦିବସ, ବିଶ୍ୱସ୍ତରୀୟ ପାଳନ ପାଇଁ ଦାବି
ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡର ସ୍ରଷ୍ଟା ବୋଲି କୁହାଯାଉଥିବା ବେଳେ ପରେ ଏହାର ଆଦୃତି ବଢିବାରେ ଲାଗିଛି । ଏଣୁ ସ୍ବର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଅନୁସାରେ ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ ଦିବସ ଭାବେ ବିଶ୍ବସ୍ତରରେ ପାଳନ କରିବାକୁ ଉଦ୍ୟମ କରୁଛନ୍ତି ଏକାଧିକ ସଂସ୍ଥା । ଏଭଳି ଉଦ୍ୟମକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ଆଜିର ଦିନକୁ ପାଳନ କରୁଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ