ETV Bharat / state

ହାତରେ ସୃଷ୍ଟି କରିଛନ୍ତି ସବୁଜ ବଳୟ, ନୟାଗଡର ‘ଗଛ ସାର’ଙ୍କୁ ପଦ୍ମଶ୍ରୀ ଦାବି

ଗଛ ସାର, ଏ ନାଁଟି ସଭିଙ୍କ ପାଇଁ ବେଶ ଜଣାଶୁଣା l ଏବେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା l ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ନୀଳମାଧବ ପୀଠ କଣ୍ଟିଲୋ ଅଧିବାସୀ ଅନ୍ତର୍ଯ୍ୟାମୀ ସାହୁ l କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଛ ସାରଙ୍କୁ ନେଇ ଟ୍ବିଟ୍ ଯୋଗେ ପ୍ରଶଂସା କରିଥିଲେ l ଅଧିକ ପଢନ୍ତୁ

author img

By

Published : Jul 30, 2021, 9:42 PM IST

Treeman of Nayagarh
ନୟାଗଡ଼ର ଗଛ ସାରଙ୍କୁ ପଦ୍ମଶ୍ରୀ ଦାବୀ

ନୟାଗଡ଼ : ଗଛ ସାର୍ । ନାଁଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥାଇପାରେ । ହେଲେ ଏ ନାଁ ପଛରେ ରହିଛି ଗୋଟିଏ କାରଣ । ନୟାଗଡ଼ ଜିଲ୍ଲାର ଅନ୍ତର୍ଯ୍ୟାମୀ ସାହୁ । ବୟସ ୭୪ । ପେଶାରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆଉ ନିଶା ତାଙ୍କର ପରିବେଶ ପ୍ରେମ । ଆଉ ଏ ପ୍ରେମ ଆଜି କି କାଲିର ନୁହେଁ ବରଂ ପିଲାଟି ଦିନରୁ । ବୃକ୍ଷଲତା ନେଇ ଲୋକଙ୍କ ମନରେ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ଏବେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ।

ହାତରେ ସୃଷ୍ଟି କରିଛନ୍ତି ସବୁଜ ବଳୟ, ନୟାଗଡର ‘ଗଛ ସାର’ଙ୍କୁ ପଦ୍ମଶ୍ରୀ ଦାବି

ଷଷ୍ଠ ଶ୍ରେଣୀରେ ପଢ଼ିବା ଦିନରୁ ପରିବେଶ ସୁରକ୍ଷା ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି l ପେଷାରେ ଜଣେ ସରକାରୀ ଶିକ୍ଷକ ଥିଲେ। ତାଙ୍କର ଶିକ୍ଷକତା ଜୀବନ ବୌଦ୍ଧ, ଯାଜପୁର ଆଦି ଜିଲ୍ଲାରେ କଟିଛି। ଶିକ୍ଷକତା କରୁଥିବା ବେଳେ ମଧ୍ୟ ସେ ଗଛ ଲଗାଇବାରୁ ଓହରିନଥିଲେ। ଅବସର ପରେ ଏ ନିଶା ଆହୁରି ବଢ଼ିଯାଇଛି l ନିଜେ ହୃଦରୋଗରେ ପୀଡ଼ିତ ଥିଲେ ମଧ୍ୟ ଗଛ ନିଶା ତାଙ୍କୁ ଛାଡ଼ିନି l ତାଙ୍କ ଘରକୁ ଦେଖିଲେ ଯେ କେହିଁ ବି କହି ଦେବେ ଯେ ଏହା ଗଛ ସାରଙ୍କ ଘର ବୋଲି l ନିଜ ଘରେ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବସା କରିଛନ୍ତି l ନିଜ ବାରିରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସଚେତନଧର୍ମୀ ପୋଷ୍ଟର ବ୍ୟାନର କରୁଛନ୍ତି l ନିଜେ ରଙ୍ଗ ତୁଳି ବ୍ୟବହାର କରି ପୋଷ୍ଟର ମାନ ଆଙ୍କୁଛନ୍ତି l ଖାଲି ସେ ନୁହନ୍ତି ଘରର ପ୍ରତିଟି ସଦସ୍ୟ ଅନ୍ତର୍ଯ୍ୟାମୀଙ୍କ ଏହି କାର୍ଯ୍ୟରେ ସହଯୋଗ କରିଥାନ୍ତି l

ସ୍କୁଲକୁ ସ୍କୁଲ ବୁଲିବୁଲି ପିଲାମାନଙ୍କୁ ଗଛର ମହାତ୍ମ୍ୟ ବିଷୟରେ ବୁଝାଇଛନ୍ତି l ବିଲୁପ୍ତ ହେଇଯାଉଥିବା ଅନେକ ଗଛର ମଞ୍ଜି ସଂଗ୍ରହ କରି ରଖିଛନ୍ତି l କଣ୍ଟିଲୋ ଅଞ୍ଚଳରେ ବିଲୁପ୍ତ ପ୍ରାୟ ଶହ ଶହ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ, ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ବିଶ୍ବାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନ ନାମରେ ଦୁଇଟି ବଡ଼ ବଗିଚା ସେ ପ୍ରତିଷ୍ଠା କରିଛନ୍ତି l କେବଳ ବୃକ୍ଷରୋପଣ ନୁହେଁ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ମଧ୍ୟ ସେ କାର୍ଯ୍ୟ କରନ୍ତି।

ଏଥିନେଇ ସେ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ‘ଚେତନା’ ନାମରେ ଅନୁଷ୍ଠାନଟିଏ ମଧ୍ୟ ଗଢ଼ିଛନ୍ତି l 30 ରୁ 40 ହଜାର ବୃକ୍ଷରୋପଣ କରିସାରିଛନ୍ତି l ବନ ବନ୍ଧୁ ପୁରସ୍କାର, ପ୍ରକୃତି ବନ୍ଧୁ ଏବଂ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର ପାଇଛନ୍ତି। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଗଛ ସାର୍ କୁହନ୍ତି l ଗଛ ସାର ସବୁଜ ବଳୟତାକୁ ନେଇ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଦାବି ହୋଇଛି l ଏ ନେଇ ନୟାଗଡ଼ ଉପଜିଲ୍ଲାପାଳ କହିଛନ୍ତି ଯଦି ସେ ଯୋଗ୍ୟ ତେବେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ନାମ ସୁପାରିଶ କରାଯିବ ବୋଲି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.