ETV Bharat / state

ଆଜି ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ଉପରେ ହେବ ଶୁଣାଣି - pari murder case

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ହେବ ନା ନାହିଁ ସେନେଇ ଆଜି ଶୁଣାଣି କରିବେ କୋର୍ଟ । ସୋମବାର ଅଭିଯୁକ୍ତର ନାର୍କୋ ଟେଷ୍ଟ କରିବାକୁ ପକ୍ସୋ କୋର୍ଟରେ ଆବେଦନ କରିଥିଲା ଏସଆଇଟି ।

ଆଜି ସରୋଜର ନାର୍କୋ ଆନାଲିସିସ ଟେଷ୍ଟ ଉପରେ ହେବ ଶୁଣାଣି

author img

By

Published : Jan 5, 2021, 10:35 AM IST

ନୟାଗଡ: ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ଆବେଦନ ଉପରେ ଆଜି ଶୁଣାଣି କରିବେ କୋର୍ଟ । ସୋମବାର ସରୋଜର ନାର୍କୋ ଟେଷ୍ଟ ଦାବି ଏସଆଇଟି ପୋକ୍ସୋ କୋର୍ଟରେ ଆବେଦନ କରିଥିଲା। ଏହି ଆବେଦନ ଉପରେ ଆଜି ଶୁଣାଣି କରିବେ କୋର୍ଟ । ସେପଟେ କୋର୍ଟରେ ସରୋଜ ନିଜକୁ ନିର୍ଦ୍ଦୋଷ କହିବା ସହ ତାକୁ ମାଡ ମାରି ଫସାଇ ଦିଆଯାଇଥିବା କହିଛି । ସେ ଏହି ଘଟଣା ବିଷୟରେ କିଛି ଜାଣି ନାହିଁ ବୋଲି ସରୋଜ କହିଛି ।

ସେପଟେ, ସରୋଜ ସାବାଳକ ନୁହେଁ, ନାବାଳକ । ଏସଆଇଟି ମିଛିରେ ସାବାଳକ କହି ସରୋଜକୁ ଫସାଇ ଦେବାକୁ ଚେଷ୍ଟା କରାଯାଉଥିବା ସରୋଜର ଓକିଲ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛନ୍ତି । ସରୋଜର ଜନ୍ମପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଅନୁସାରେ ତାକୁ 17 ବର୍ଷ ହୋଇଛି । ଏସଆଇଟି ତାକୁ କିଭଳି ଜେଲକୁ ପଠାଇଲେ ସେନେଇ ସରୋଜଙ୍କ ଓକିଲ ନିଜର ଯୁକ୍ତି ବାଢିଛନ୍ତି ।

କୋର୍ଟ ଏହି ପ୍ରମାଣପତ୍ରକୁ ବିଚାରକୁ ନେବା ସହ ଆଜି ଏହାର ଶୁଣାଣି କରିବେ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ କୋର୍ଟରେ ସରୋଜଙ୍କ ମାଆଙ୍କୁ ହାଜର ହେବାକୁ ପଡିବ । ସରୋଜକୁ ନାବାଳକ ବୋଲି ପ୍ରମାଣ ଦେବେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.