ETV Bharat / state

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ଉପଜିଲ୍ଲାପାଳ - Presidential awardee Freedom Fighter

ସ୍ବାଧୀନତା ସଂଗ୍ରାମୀଙ୍କୁ ଝୁରୁଛି ରଣପୁର ମାଟି । ଏକାଦଶାହ ଦିବସରେ ରଣପୁର ଉପଜିଲ୍ଲାପାଳଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ବାଧୀନତା ସଂଗ୍ରାମୀଙ୍କର କଲେ ସ୍ମୃତିଚାରଣ । ଅଧିକ ପଢନ୍ତୁ...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ଉପଜିଲ୍ଲାପାଳ

author img

By

Published : Jul 27, 2021, 10:06 PM IST

ନୟାଗଡ: ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ଉପଜିଲ୍ଲାପାଳ । ନୟାଗଡ଼ ଜିଲ୍ଲା ଅଧିନ ରଣପୁର ବ୍ଲକ ମଝିଆଁଖଣ୍ଡ ଗାଁର ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଆଜାଦ ହିନ୍ଦ ଫୌଜର ଆଗୁଆ ସୈନିକ ଇଶ୍ବର ଚନ୍ଦ୍ର ବିଶୋଇଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଦ୍ବାଦଶାହ ଅବସରରେ ଗୋପାଳପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଅନନ୍ତ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ରଣପୁରର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦିବଙ୍ଗତ ଶ୍ରୀଯୁକ୍ତ ସ୍ବର୍ଗତ ବିଶୋଇଙ୍କ ସ୍ମୃତି ଚାରଣ କରିଥିଲେ । ରଣପୁରର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ସୁରମା ପାଢ଼ୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଅମର ଆତ୍ମାଙ୍କ ପ୍ରତି ଗଭୀର କୃତାଞ୍ଜଳୀ ଜଣାଇଥିଲେ ।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କଲେ ଉପଜିଲ୍ଲାପାଳ

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସମାଜସେବୀ, ଶିକ୍ଷାବିତ, ବୁଦ୍ଧିଜୀବୀ ଏବଂ ଦିବଙ୍ଗତ ବିଶୋଇଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ବିଶୋଇ ୧୯୨୧ ମସିହାରେ ଜନ୍ମଗ୍ରହଣ କରି ମାତ୍ର ୧୫ ବର୍ଷ ବୟସରେ ପିତା କୃଷ୍ଣ ବିଶୋଇଙ୍କ ସହ ରେଙ୍ଗୁନ ଯାଇଥିଲେ । ସେଠାରେ କିଛିବର୍ଷର ଅବସ୍ଥାନ କଲାପରେ ତାଙ୍କ ପିତା ଗାଁ କୁ ଫେରିଥିଲେ ମାତ୍ର ନେତାଜୀ ସୁବାଷ ବୋଷଙ୍କ ଆହ୍ବାନ କ୍ରମେ ୧୯୪୩ ମସିହାରେ ଶ୍ରୀଯୁକ୍ତ ବିଶୋଇ ଆଜାଦ ହିନ୍ଦ ଫୌଜରେ ଯୋଗଦାନ କରିଥିଲେ ।

ରେଙ୍ଗୁନର ଗୋଶାଳା ପ୍ରଶିକ୍ଷଣ କେନ୍ଦ୍ରରେ ଫୌଜି ପ୍ରଶିକ୍ଷଣ ନେବାପରେ ଦେଶ ମାତୃକାକୁ ସ୍ବାଧୀନ କରିବାପାଇଁ ସ୍ବାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ତେବେ ଆନ୍ଦୋଳନ ସମୟରେ ୧୯୪୫ ମସିହାରୁ ୧୯୪୬ ପର୍ଯ୍ୟନ୍ତ ବ୍ରିଟିଶ ସେନା ଦ୍ବାରା ବନ୍ଦୀ ହୋଇ ପ୍ରଥମେ ରେଙ୍ଗୁନ ଗୋଶାଳା ଜେଲରେ ଏବଂ ପରେ ରେଙ୍ଗୁନର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ ବିତାଇଥିଲେ ।

ପୁଅ ବନ୍ଦୀହେବା ଖବର ଶୁଣିବା ମାତ୍ରେ ହିଁ ପିତା କୃଷ୍ଣ ବିଶୋଇଙ୍କ ଦେହାନ୍ତ ହୋଇଥିଲା l ପରବର୍ତୀ ପର୍ଯ୍ୟାୟରେ ଜେଲରୁ ମୁକୁଳିବା ପରେ ରେଙ୍ଗୁନରୁ ଗାଁକୁ ଫେରିଆସିଥିଲେ । ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ନାଟ୍ୟ ନିର୍ଦେଶକ, ସଙ୍ଗୀତପ୍ରେମୀ, ଅଭିନେତା ସହ ବିଭିନ୍ନ ବାଦ୍ୟଯନ୍ତ୍ର ବାଦନ କରିବାରେ ମାହିର ଥିଲେ। ଏହି ପ୍ରଚଣ୍ଡ ପ୍ରତିଭାଧର ମହାନ ସ୍ବାଧୀନତା ସଂଗ୍ରାମୀ ଗତ ଅଗଷ୍ଟ ନଅ ଦୁଇହଜାର କୋଡିଏ କ୍ରାନ୍ତିଦିବସ ଅବସରରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ନୟାଗଡ଼ ଜିଲ୍ଲାପାଳଙ୍କ ପକ୍ଷରୁ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତ ସ୍ବତନ୍ତ୍ର ସୈନିକ ସମ୍ମାନ ପ୍ରଦାନ କରିଥିଲେ । ଏହାସହ ରାଜ୍ୟର ବହୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ବହୁବାର ସମ୍ବର୍ଦ୍ଧିତ ହୋଉଛନ୍ତି । ତେବେ ଏହି ଶତାୟୁ ସ୍ବାଧୀନତା ସଂଗ୍ରାମୀ ଇଶ୍ବର ଚନ୍ଦ୍ର ବିଶୋଇଙ୍କର ୨୦୨୧ ମସିହା ଜୁଲାଇ ୧୭ତାରିଖରେ ଦେହାନ୍ତ ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.