ନୟାଗଡ଼: ଖଣ୍ଡପଡ଼ା ବ୍ଲକର ବରିଷ୍ଠ ସାମ୍ବାଦିକ ସୋମନାଥ ମହାନ୍ତି ପରଲୋକ । ତେବେ କୌଣସି କାରଣରୁ ହଠାତ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ଶନିବାର) ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏପେଟ ତାଙ୍କ ମୃତ୍ୟୁକୁ ନେଇ ଜିଲ୍ଲାବ୍ୟାପି ଶୋକର ଛାୟା ଖେଳିଯାଇଛି । ସୋମନାଥ ଜଣେ ମେଳାପୀ ଏବଂ ଉଚ୍ଚ କୋଟୀର ସାମ୍ବାଦିକତା ପାଇଁ ଖୁବ ନାମ କମାଇଥିଲେ। ସେ ଏକ ଦୈନିକ ଖବର କାଗଜର ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ତେବେ ସୋମନାଥଙ୍କୁ ନୟାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ