ETV Bharat / state

ପୋଲିସ ଦରମା ଖାଇ ବସନ୍ତୁ ନାହିଁ, କାମରେ ଲାଗନ୍ତୁ: ସୁରମା ପାଢୀ

author img

By

Published : Dec 13, 2020, 1:03 PM IST

ରଣପୁର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଭେଟି ସମ୍ପୂର୍ଣ୍ଣ ଘଟଣା ବିଷୟରେ ବୁଝିଥିଲେ । ଅଭିଯୋଗକାରୀଙ୍କୁ ପୋଲିସ ସୁରକ୍ଷା ଦେଉଥିବାରୁ ଦୋଷୀଙ୍କୁ ପ୍ରୋତ୍ସାହନ ମିଳୁଛି l ନୟାଗଡକୁ ଆଉ ବଦନାମ କରନ୍ତୁ ନାହିଁ ବୋଲି କହିଛନ୍ତି ।

ପୋଲିସ ଦରମା ଖାଇ ରୁହନ୍ତୁ ନାହିଁ,  କାମରେ ଲାଗନ୍ତୁ : ସୁରମା ପାଢୀ

ନୟାଗଡ: ରଣପୁର ଥାନା ଅଧିନ ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗ୍ରାମର ସଞ୍ଜୟ -ସବିତା ସାହୁଙ୍କ ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତୀ ) ନିଖୋଜ ହେବା ଘଟଣାରେ ବିଜେପି ତାଙ୍କ ପରିବାରକୁ ଭେଟିଛି l

ପୋଲିସ ଦରମା ଖାଇ ରୁହନ୍ତୁ ନାହିଁ,କାମରେ ଲାଗନ୍ତୁ: ସୁରମା ପାଢୀ

ରଣପୁର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଭେଟି ସମ୍ପୂର୍ଣ୍ଣ ଘଟଣା ବିଷୟରେ ବୁଝିଥିଲେ l ସ୍ଵାତୀକୁ ଫେରାଇ ଆଣିବାକୁ ପରିବାର ଲୋକେ କୋହଭରା କଣ୍ଠରେ କହିଥିଲେ l ଅନ୍ୟପକ୍ଷରେ ବିଜେପି ନେତ୍ରୀ ସୁରମା ପାଢ଼ୀ ପୋଲିସକୁ କଡ଼ା ସମାଲୋଚନା କରିଥିଲେ l ରାଜ୍ୟରେ ବହୁ ଶିଶୁ ଏଭଳି ଅବସ୍ଥାରେ ନିଖୋଜ ଅଛନ୍ତି l ଅଭିଯୋଗକାରୀଙ୍କୁ ପୋଲିସ ସୁରକ୍ଷା ଦେଉଥିବାରୁ ଦୋଷୀଙ୍କୁ ପ୍ରୋତ୍ସାହନ ମିଳୁଛି l ନୟାଗଡକୁ ଆଉ ବଦନାମ କରନ୍ତୁ ନାହିଁ l ପୋଲିସ ଦରମା ଖାଇ ରୁହନ୍ତୁ ନାହିଁ, କାମରେ ଲାଗନ୍ତୁ ବୋଲି କହିବା ସହ ପିଲା ଚୋରି ରାକେଟ ଧରନ୍ତୁ ବୋଲି ଦାବି କରିଥିଲେ l

ଗତ ଶୁକ୍ରବାର ଅପରାହ୍ନ 3ଟାରେ ଦାଣ୍ଡକୁ ଖେଳିବାକୁ ଯାଇଥିଲେ ହରପ୍ରିୟା l ମାତ୍ର ଆଉ ଘରକୁ ଫେରି ନଥିଲେ l ବହୁ ଖୋଜାଖୋଜି କଲା ପରେ ବିଫଳ ହେବାରୁ ଏ ନେଇ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରାଯାଇଛି l ଏହି କୁନି ଝିଅ ନିଖୋଜ ହେବାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବା ସହ ନାନାକଳ୍ପନା ଜଳ୍ପନା ପ୍ରକାଶ ପାଇଛି l

ତେବେ ରାଜସୁନାଖଳା ଫାଣ୍ଡି ଏବଂ ରଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣା ପଡିଛ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.