ETV Bharat / state

ପରୀ ପାଇଁ ନ୍ୟାୟ ମାଗିଲା କଂଗ୍ରେସ

author img

By

Published : Oct 11, 2020, 1:58 PM IST

ନୟାଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ " ପରୀ "ହତ୍ୟାକାଣ୍ଡକୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତେବେ 7 ଦିନ ମଧ୍ୟରେ ହତ୍ୟାକାରିଙ୍କୁ ଗିରଫ ନକଲେ ଆସନ୍ତା ୧୬ ତାରିଖରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

The Congress demanded justice for 'Pari'
ପରୀ ପାଇଁ ନ୍ୟାୟ ମାଗିଲା କଂଗ୍ରେସ: ନହେଲେ 16 ରେ ସତ୍ୟାଗ୍ରହ

ନୟାଗଡ଼:ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ଦୋଷୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ଗତ ଜୁଲାଇ ମାସ ୭ ତାରିଖ ଦିନ ନୟାଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ ୫ ବର୍ଷର ଝିଅ "ପରୀ" ଘର ନିକଟରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବାରୁ ସ୍ଥାନୀୟ ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ୭ ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନର କଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ପରିବାର ଲୋକେ ନର କଙ୍କାଳ ଗୁଡିକ ପରୀର ବୋଲି ଅଭିଯୋଗ କରିବା ସହ ଦୋଷୀକୁ ଧରିବା ପାଇଁ ଦାବି କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ରାସ୍ତାରୋକ ମଧ୍ୟ କରାଯାଇଥଲା l ତେବେ ଘଟଣାର ୩ ମାସ ବିତିଯାଇଥିଲେ ମଧ୍ୟ ନୟାଗଡ ପୋଲିସ ହତ୍ୟାକାରୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ । ତେଣୁ ପୋଲିସ, ରାଜନୈତିକ ଦଳର ଚାପରେ ନୀରବ ରହୁଥିବା ଅଭିଯୋଗ କରିଛି କଂଗ୍ରେସ l

ତେବେ 7 ଦିନ ମଧ୍ୟରେ ହତ୍ୟାକାରିଙ୍କୁ ଗିରଫ କରିବେ ନଚେତ କୋଭିଡ଼ି ନିୟମ ପାଳନ ସହ, ଆସନ୍ତା ୧୬ ତାରିଖରେ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ସତ୍ୟାଗ୍ରହ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.