ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ହାଇଡ୍ରାମା ଲାଗି ରହିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଯେପରି ଲୋକ ସମ୍ମୁଖକୁ ଆସିବାକୁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଲାଗିରହିଛି l ଘଟଣାର ସିବିଆଇ ତଦନ୍ତ ସହ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ଥଫା ଦାବି କରିଛି ବିଜେପି । କିନ୍ତୁ ଏହାକୁ ନେଇ ତୀର ମାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି ଯେ ବିଜେପି ଯେଉଁ ସିବିଆଇ ତଦନ୍ତି ଦାବି କରୁଛି ତାହା ବାସ୍ତବରେ ଭିତ୍ତିହୀନ । ବିଜେପି ଓ ବିଜେଡି ପ୍ରକୃତରେ ଏକ, ସିବିଆଇ କେବଳ ଏକ ରାଜନୈତିକ ଅସ୍ତ୍ର । ତେଣୁ ଏଥିରେ କିଛି ନୂଆ କଥା ଘଟିବାର ନାହିଁ । ଅତୀତରେ ସିବିଆଇ ଯେଉଁ ମାମଲା ଗୁଡିକର ତଦନ୍ତ ଭାର ନିଜ ହାତକୁ ନେଇଛି ତାର ତଦନ୍ତ ଫଳାଫଳ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ତାରା ।
ତାରା ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଘଟଣାର ଏସଆଇଟି ତଦନ୍ତ ଦାବି କରିଛି ଏବଂ ସରକାର ଏସଆଇଟି ତଦନ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ କରିଛନ୍ତି । ତେଣୁ ଏଥିରେ ତଦନ୍ତ କରାଯଇ ଖୁବଶୀଘ୍ର ଦୋଷୀକୁ ଗିରଫ କରାନଗଲେ କଂଗ୍ରେସ ତାର ପ୍ରତିବାଦକୁ ଆହୁରି ବ୍ୟାପକ କରିବ । ଏହି ଘଟଣାରେ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବି କରିସାରିଥିବା କଥା ଦୋହରାଇଛନ୍ତି ତାରା ।
ନୟାଗଡ଼ ଯଦୁପୁର ଗସ୍ତରେ କଂଗ୍ରେସର ଏକ ଟିମ ଆସି ପରୀ ବାପା ମା 'ଙ୍କ ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିଛି l ପରୀ ପ୍ରଥମେ କେଉଁଠାରୁ ନିଖୋଜ ହୋଇଥିଲା ଏବଂ କେବେ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା, ପୋଲିସର ବ୍ୟବହାର କିପରି ଥିଲା ଆଦି ସବୁ ଦିଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଲୋଚନା କରିଛନ୍ତି । ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଥିବା ବେଳେ ରାଜନୀତିର ଏକ ଅସ୍ତ୍ର ସିବିଆଇ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀ ପତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ