ETV Bharat / state

ବିଫଳତାକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି

ଗତ ପଞ୍ଚାୟତ ନିର୍ବାଚନରେ ବିଫଳତାର କାରଣ ଖୋଜିବା ସହ ଆଗାମୀ ୨୦୨୪ ପାଇଁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଛି ନୟାଗଡ଼ ବିଜେପି । ଅଧିକ ପଢ଼ନ୍ତୁ

author img

By

Published : May 21, 2022, 10:56 PM IST

Updated : May 22, 2022, 5:11 PM IST

ବିଫଳତାକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି
ବିଫଳତାକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପି

ନୟାଗଡ଼ : ଗତ ପଞ୍ଚାୟତ ନିର୍ବାଚନରେ ବିଫଳତାର କାରଣ ଖୋଜିବା ସହ ଆଗାମୀ ୨୦୨୪ ପାଇଁ ନିଜକୁ ପ୍ରସ୍ତୁତ ଆରମ୍ଭ କରିଛି ନୟାଗଡ଼ ବିଜେପି । ନିର୍ବାଚନ ପାଇଁ ନୟାଗଡ଼ ସହରସ୍ଥିତ ହୋଟେଲ ନୀଳମାଧବ ପରିସରରେ ନୟାଗଡ଼ ବିଜେପିର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗତ ପଞ୍ଚାୟତ ନିର୍ବାଚନରେ ଦଳର ପରାଜୟର କାରଣ ଉପରେ ସମୀକ୍ଷା କରାଯିବା ସହ ବୁଥସ୍ଥରରେ କର୍ମୀମାନଙ୍କୁ କିଭଳି ଅଧିକ ସକ୍ରିୟ କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ କିଭଳି ଭାବେ ବୁଥସ୍ତରରୁ ମଜବୁତ ହେବ ସେନେଇ ବୁଥସ୍ତରୀୟ କର୍ମୀଙ୍କ ଠାରୁ ପରାମର୍ଶ ନିଆଯାଇଥିଲା । ଏହି ବୈଠକରେ ବିଜେପି ଆଗ ଧାଡ଼ିର କର୍ମୀଙ୍କ ସମେତ, ବିଜେପି ନେତ୍ରୀ ଇରାନୀ ରାୟ, ବିଜେପି ନେତା ସନ୍ତୋଷ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ନାସିର ଅହମଦ ପ୍ରମୁଖ ଉପସ୍ଥିତ ଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : May 22, 2022, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.