ETV Bharat / state

ଓଡ଼ିଆ ପୁଅକୁ ତାମିଲନାଡୁ ସିଏମଙ୍କ ପ୍ରଶଂସା, ବଞ୍ଚାଇଦେଲେ ୨ ବକ୍ସିଂ ଚମ୍ପିଆନଙ୍କ ଜୀବନ

author img

By

Published : Jan 16, 2022, 12:51 PM IST

ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପୁଡୁଚେରୀ ବାଚସ୍ପତି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ନିଜ ଜୀବନକୁ ଖାତିର ନ କରି ନୟାଗଡ଼ ଜିଲ୍ଲାର ଜଣେ ଯୁବକ ସମୁଦ୍ର ଭିତରକୁ ଲମ୍ଫ ମାରି ବଞ୍ଚାଇଛନ୍ତି ୨ ବକ୍ସିଂ ଚମ୍ପିଆନଙ୍କ ଜୀବନ । ଅଧିକ ପଢନ୍ତୁ

ଓଡ଼ିଆ ପୁଅଙ୍କୁ ପ୍ରଶଂସା, ସମୁଦ୍ରକୁ ଲମ୍ଫ ମାରି ବଞ୍ଚାଇଲେ ୨ ବକ୍ସିଂ ଚମ୍ପିୟାନଙ୍କ ଜୀବନ

ନୟାଗଡ଼: ଓଡ଼ିଆ ପୁଅର ସାହସିକତା । ପ୍ରଶଂସା କଲେ ପୁଡ଼ୁଚେରୀ ବାଚସ୍ପତି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ । ନିଜ ଜୀବନକୁ ବାଜି ଲଗାଇ ଓଡ଼ିଆ ପୁଅ ଚିତ୍ତରଞ୍ଜନ ପ୍ରଧାନ ସମୁଦ୍ର ଭିତରୁ 2ଜଣ ବକ୍ସିଂ ଚମ୍ପିଆନଙ୍କୁ ଉଦ୍ଧାର କରିଛନ୍ତି । ଚିତ୍ତରଞ୍ଜନଙ୍କ ଘର ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ପଥରପୁଞ୍ଜି ଗାଁରେ ବୋଲି ଜଣାପଡ଼ିଛି ।

ଓଡ଼ିଆ ପୁଅକୁ ତାମିଲନାଡୁ ସିଏମଙ୍କ ପ୍ରଶଂସା

ଚିତ୍ତରଞ୍ଜନ ରାଜସୁନାଖଳା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଏବଂ ବର୍ତ୍ତମାନ ସେଠାର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ତେବେ ଗତ 5 ତାରିଖରେ ବିଦ୍ୟାଳୟ ପକ୍ଷରୁ ଚିତ୍ତରଞ୍ଜନଙ୍କୁ ମେଡ଼ିଟେସନ ପାଇଁ ପୁଡ଼ୁଚେରୀ ପଠା ଯାଇଥିଲା । ଗତ 8 ତାରିଖ ଦିନ ଚିତ୍ତରଞ୍ଜନ ପୁଡ଼ୁଚେରୀ ସମୁଦ୍ର କୂଳରେ ବୁଲୁଥିବା ସମୟରେ ଜାତୀୟ ଜୁନିୟର ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ କିଛି ଚମ୍ପିୟାନ ।

3ଥର ଜୁନିଅର ବକ୍ସିଂରେ ଚମ୍ପିୟାନ ହୋଇଥିବା କୋଏମ୍ବାଟୁରର 17 ବର୍ଷୀୟା ଅମ୍ରିତା ଶିବାକୁମାରନ ଏବଂ ତାଙ୍କ କୋଚ ସର୍ବେଶ୍ବରନଙ୍କ ସହ ଅନ୍ୟ ଜଣେ ବକ୍ସିଂ ଚମ୍ପିଆନ ଝିଅ ସମୁଦ୍ରରେ ବୁଡି ଯାଉଥିବାର ଦେଖିଥିଲେ । ତେବେ ସେଠାରେ ଅନେକ ଲୋକ ଏପରିକି କୋଷ୍ଟ ଗାର୍ଡ ମଧ୍ୟ ଉପସ୍ଥିତ ଥିଲେ ମଧ୍ୟ କେହି ଜଣେ ଉଦ୍ଧାର କରିବାକୁ ସାହସ ଜୁଟାଇ ପାରି ନଥିଲେ । ତେବେ ଚିତ୍ତରଞ୍ଜନ ହଠାତ୍‌ ପାଣିକୁ ଡେଇଁ ନିଜ ଜୀବନକୁ ବାଜି ଲଗାଇ ଜାତୀୟ ବକ୍ସିଂ କୋଚ ଶିବକୁମାରନ ଏବଂ ଚମ୍ପିଆନ ଅମ୍ରିତାଙ୍କୁ ଉଦ୍ଧାର କରିଥିଲେ ।

ମାତ୍ର ଅନ୍ୟ ଜଣଙ୍କୁ ବଞ୍ଚାଇ ପାରି ନଥିଲେ ସେ । ଚିତ୍ତରଞ୍ଜନଙ୍କ ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁଡ଼ୁଚେରୀ ବାଚସ୍ପତି ନିଜ ଵାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚିତ୍ତରଞ୍ଜନଙ୍କୁ ସାହସୀ ବିଜୁ ପଟ୍ଟନାୟକଙ୍କ ସହ ତୁଳନା କରି ଟ୍ବିଟ କରିଛନ୍ତି । ଚିତ୍ତରଞ୍ଜନ ଓଡ଼ିଶାରେ ପହଂଚିବା ପରେ ରାଜସୁନାଖଳା ଶ୍ରୀ ଅରବିନ୍ଦ ଆଶ୍ରମ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କର ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନେ ଚିତ୍ତଙ୍କୁ ପ୍ରଶଂସା କରିଛନ୍ତି । ଚିତ୍ତଙ୍କ ଏଭଳି କାର୍ଯ୍ୟ ପାଇଁ ଖାଲି ଯେ ଶ୍ରୀ ଅରବିନ୍ଦ ଆଶ୍ରମ ପାଇଁ ନୁହେଁ ବରଂ ସାରା ରାଜ୍ୟ ପାଇଁ ଗର୍ବ ଆଣି ଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.