ETV Bharat / state

ତନ୍ତ୍ର ପୀଠ ତଳ ମଣିନାଗ : ଦିନେ ପଡୁଥିଲା ନରବଳି, ଏବେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ - ନୟାଗଡର ଉପର ମଣିନାଗ ମନ୍ଦିର

ରଣପୁର ଗଡ଼ଜାତର ଆରାଧ୍ୟ ଦେବୀ ଭାବେ ଖ୍ୟାତ ମା' ମଣିନାଗ l ଦିନେ ଏଠାରେ ନରବଳୀ ପ୍ରଥା ରହିଥିବା ବେଳେ ଏବେ କିନ୍ତୁ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମାନସିକ ରଖି ନଡିଆ ବସାଇ ଥାଆନ୍ତି ଭକ୍ତ । ମଣିନାଗ ପର୍ବତମଳର ସୌନ୍ଦର୍ଯ୍ୟ ଏଠାକୁ ଟାଣି ଆଣେ ପର୍ଯ୍ୟଟକଙ୍କୁ । ଅଧିକ ପଢନ୍ତୁ

ତନ୍ତ୍ର ପୀଠ ତଳ ମଣିନାଗ : ଦିନେ ପଡୁଥିଲା ନରବଳି, ଏବେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

author img

By

Published : Aug 7, 2022, 3:49 PM IST

ନୟାଗଡ: ଭକ୍ତଙ୍କ ବିଶ୍ୱାସର ଅନ୍ୟ ନାଁ ମା' ମଣିନାଗ । ଯେଉଁଠି ଭକ୍ତଙ୍କ ମନ ସ୍କାମନା ପୂର୍ଣ୍ଣ ହେଇଥାଏ ବୋଲି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି । ସେଥିପାଇଁ ତ ବର୍ଷ ତମାମ ମା'ଙ୍କ ଦର୍ଶନ ଲାଗି ଭିଡ଼ ଜମିଥାଏ । ନୟାଗଡ଼ ଜିଲ୍ଲା ରଣପୁର ଗଡ଼ଜାତର ଆରାଧ୍ୟ ଦେବୀ ଭାବେ ଖ୍ୟାତ ମା' ମଣିନାଗ । ଯାହାକୁ ଓଡ଼ିଶାର ଏକ ତନ୍ତ୍ର ପୀଠ ବୋଲି ମଧ୍ୟ କୁହାଯାଏ । ଦିନେ ଏଠାରେ ନରବଳୀ ପ୍ରଥା ରହିଥିବା ବେଳେ ଏବେ କିନ୍ତୁ ମନସ୍କାମନା ପୂର୍ଣ୍ଣ ନିମନ୍ତେ ମାନସିକ ରଖି ନଡିଆ ବସାଇ ଥାଆନ୍ତି ଭକ୍ତ । ଏଠାରେ ଯିଏ ଯାହା ମାନସିକ ରଖେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମାନସିକ ପୂର୍ଣ୍ଣ ହେଲା ପରେ ଭକ୍ତ ମାନେ ଏକ ଗଛରେ ମାନସିକ ବାନା ବାନ୍ଧିଥାନ୍ତି ।

ତନ୍ତ୍ର ପୀଠ ତଳ ମଣିନାଗ : ଦିନେ ପଡୁଥିଲା ନରବଳି, ଏବେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

ମା'ଙ୍କୁ ଦର୍ଶନ ଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥାଏ । ସର୍ପ ଫଣା ସଦୃଶ ମଣିନାଗ ପାହାଡ଼ର ଶୀର୍ଷକୁ 'ଉପର ମଣିନାଗ' ଏବଂ ପାହାଡ଼ ତଳେ 'ତଳ ମଣିନାଗ' ମନ୍ଦିରରେ ମା ' ମଣିନାଗ ଦୁର୍ଗା ପୂଜା ପାଉଛନ୍ତି । ପାହାଡ଼ ଶୀର୍ଷକୁ ଯାଇପାରୁନଥିବା ପର୍ଯ୍ୟଟକ ମା' ତଳ ମଣିନାଗ ରେ ଥିବା ମା'ଙ୍କୁ ଦର୍ଶନ କରିଥାନ୍ତି । ପ୍ରାକୃତିକ ପରିବେଶରେ କିଛି ସମୟ ବିତାଇବାକୁ ଏକ ସୁନ୍ଦର ସ୍ଥାନଟିଏ । ପାହାଡ଼କୁ ଲାଗି ଥିବା ହନୁମାନ ମୂର୍ତ୍ତି, ସଭିଁଙ୍କ ମନ ମୋହିଥାଏ । କାନ୍ଥରେ ସୁନ୍ଦର ସୁନ୍ଦର କଳାକୃତି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି ।

ମା' ଙ୍କର ସବୁଠାରୁ ବଡ଼ ପର୍ବ ଦଶହରା । ଦଶହରା ଆସିଲେ ତତ୍କାଳୀନ ରାଜା ଏବଂ ପ୍ରଜାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଏ । କାରଣ ମା'ଙ୍କ ଦର୍ଶନ ସହ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ । ଦଶହରାରେ ସାତ ଥର ତୋପ ଧ୍ୱନି ଦିଆଯିବାର ଏଠାରେ ପ୍ରଥା ରହିଛି । ବିଶ୍ବାସ ରହିଛି ଏହି ତୋପ ଧ୍ବନି ଶୁଣିବା ପରେ ଲୋକେ ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି । ପୂର୍ବରୁ ରାଜା ରାଜୁଡା ସମୟରେ କୁଆଡେ ମା' ମଣିନାଗ ମନ୍ଦିରରେ ଦଶହରା ସମୟରେ କୁଆଡେ ନରବଳି ଦିଆଯାଉଥିଲା । ହେଲେ 1939 ମସିହାରୁ ଏଠାରେ ନରବଳୀ ପ୍ରଥା ବନ୍ଦ ରହିଥିବା ସ୍ଥାନିୟ ଲୋକେ କହିଛନ୍ତି । ଦଶହରା ସମୟରେ ଜନ ସମାଗମ ହୋଇଥାଏ । ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ ।

ତେବେ ତଳ ମଣିନାଗ ମନ୍ଦିର ସ୍ଥାପନର ଏକ କିମ୍ବଦନ୍ତୀ ରହିଛି, ''ପୂଜକ ପ୍ରତିଦିନ ପର୍ବତ ଉପରକୁ ଯାଇ ପୂଜା କରୁଥିଲେ, ଏକଦା ପୂଜକ କଷ୍ଟ ଅନୁଭବ କରି ପାହାଡ଼ ଉପରୁ ଆଉ ତଳକୁ ଫେରିପାରିଲେ ନାହିଁ , ମା' ମଣିନାଗ ଏକ ଗରାକୁ ପାହାଡ଼ ଉପରୁ ତଳକୁ ଫିଙ୍ଗି କହିଥିଲେ ଯେ, ଏହି ଗରା ଯେଉଁଠି ପଡ଼ିବ ସେଠାରେ ମୋର ମନ୍ଦିର ନିର୍ମାଣ କରି ମୋତେ ପୂଜା କରିବୁ । ଫଳରେ ରାଜା ଗିରିଧାରୀ ନରେନ୍ଦ୍ର ମହାପାତ୍ର, ଦେଵୀଙ୍କ ସ୍ୱପ୍ନାଦେଶ ବଳରେ ଷୋଡ଼ଶ ଖ୍ରୀଷ୍ଟାବ୍ଦରେ ପର୍ବତ ତଳେ ଏହି ମନ୍ଦିର ନିର୍ମାଣ କରିଥିବା ଲୋକକଥା ରହିଛି''। ଏହି ତଳ ମଣିନାଗ ପୀଠକୁ ଲାଗି ରାଜାଙ୍କ ପୁରୁଣା ନଅର ମଧ୍ୟ ରହିଥିଲା ।

ମା ମଣିନାଗ ଦୁର୍ଗାଙ୍କ ମନ୍ଦିର ସମୁଦ୍ର ପତ୍ତନ ଠାରୁ ୧୮୯୩ ଫୁଟ ଉଚ୍ଚରେ ପର୍ବତ ଶିଖର ଦେଶରେ ରହିଛି । ଏହାର ଅନ୍ୟ ଦୁଇଟି ଉଚ୍ଚ ଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ରହିଛି । ରାଜ୍ୟ ସରକାର ତଳ ମଣିନାଗର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଯାତ୍ରୀଙ୍କ ରହିବା ପାଇଁ ସୁବିଧା ମଧ୍ୟ ରହିଛି । ତଳ ମଣିନାଗ ପୀଠରେ ବିଭିନ୍ନ ସମୟରେ ବାହାଘର ଏବଂ ଭୋଜି ଭାତର ଆସର ଜମିଥାଏ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.