ETV Bharat / state

ବିଧାନସଭା ସମ୍ମୁଖରେ ହାଇଡ୍ରାମା ଘଟଣା: ମାନସିକ ରୋଗରେ ଆକ୍ରାନ୍ତ ଯୁବକ - ମା' ବେକରେ ଛୁରୀ

ବିଧାନସଭା ସମ୍ମୁଖରେ ନିଜ ମା' ବେକରେ ଛୁରୀ ଲଗାଇ ହାଇଡ୍ରାମା କରୁଥିବା ଯୁବକ ମାନସିକ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି ।

ବିଧାନସଭା ସମ୍ମୁଖରେ ହାଇଡ୍ରାମା ଘଟଣା: ଯୁବକ ମାନସିକ ରୋଗରେ ଆକ୍ରାନ୍ତ

author img

By

Published : Oct 4, 2020, 9:49 PM IST

ନୟାଗଡ଼: ବିଧାନସଭା ସମ୍ମୁଖରେ ହାଇଡ୍ରାମା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଜ ମା' ବେକରେ ଛୁରୀ ଲଗାଇ ହାଇଡ୍ରାମା କରିଥିବା ଯୁବକ ମାନସିକ ରୋଗରେ ଆକ୍ରାନ୍ତ ବୋଲି ଜଣାପଡିଛି ।

ବିଧାନସଭା ସମ୍ମୁଖରେ ହାଇଡ୍ରାମା ଘଟଣା: ଯୁବକ ମାନସିକ ରୋଗରେ ଆକ୍ରାନ୍ତ

ବିଧାନସଭା ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମା' ବେକରେ ଛୁରୀ ଲଗାଇ ଗଳା କାଟିବା ଧମକ ଦେଉଥିବା ଯୁବକ ନୟାଗଡ ଜିଲ୍ଲାର ହେଇଥିବାବେଳେ ତା ନାମ ଜିତେନ୍ଦ୍ର ବୋଲି ଜଣାପଡିଥିଲା । ତେବେ ଏହି ଘଟଣା ନେଇ ଲୋକେ ଆଶ୍ଚର୍ଯ୍ୟ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ଅନ୍ୟପକ୍ଷରେ ମାନସିକ ଭାରସାମ୍ୟ ହରାଇ ଯୁବକ ଏପରି କରିଥିବା କହିଛନ୍ତି ପରିବାର ।

ରାଜନୈତିକ ଅଥବା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜ ମାନସିକ ଭାରସାମ୍ୟ ହରାଇ ନିଜ ମା' ଙ୍କୁ ଏଭଳି ମୋହରା ବନେଇ ଥିବା ଜଣାପଡ଼ିଛି l ବର୍ତ୍ତମାନ ଜିତେନ୍ଦ୍ର ଚିକିତ୍ସିତ ହେଉଛନ୍ତି l ନିଶା ଇଞ୍ଜେକ୍ସନ ଦିଆଯାଇ ତାଙ୍କୁ ତାଙ୍କ ଘରେ ରଖା ଯାଇଛି l

ଦଶପଲ୍ଲା ଥାନା ଖମାର ସାହି ପଞ୍ଚାୟତ କଉଡା ଗାଁର ଜିତେନ୍ଦ୍ର ନିଜ ଭଉଣୀ ବାହାଘର ପରେ ଏଭଳି ମାନସିକ ଭାରସାମ୍ୟ ହରାଇଥିବା ତାଙ୍କ ମାମୁଁ କହିଛନ୍ତି l ଗତ 2014 ମସିହା ସେପ୍ଟେମ୍ବର ମାସ 17 ତାରିଖ ରାତିରେ ଜିତେନ୍ଦ୍ରଙ୍କ ଘରକୁ ସେହି ଗାଁର ଉମାକାନ୍ତ ପ୍ରଧାନ ଆସିଥିଲେ l ତେବେ ଜିତେନ୍ଦ୍ରଙ୍କ ପରିବାର ଲୋକେ ଉମାକାନ୍ତଙ୍କୁ କାବୁ କରି ସଂଘବଧ ଭାବେ ଆକ୍ରମଣ କରିବାରୁ ଉମାକାନ୍ତଙ୍କ ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଜିତେନ୍ଦ୍ରଙ୍କ ବାପା ରମେଶ ପାଳ ଏବଂ ମା ଝରଣା ପାଳଙ୍କୁ 7 ବର୍ଷ ଜେଲ ଦଣ୍ଡ ସହ 4 ହଜାର ଟଙ୍କା ଅର୍ଥ ଦଣ୍ଡ ମିଳିଥିଲା l ଜେଲରୁ ଫେରିବା ପରେ ଜିତେନ୍ଦ୍ରଙ୍କ ବାପା ମା' ଗାଁ ରେ ରହୁଥିବା ବେଳେ ଜିତେନ୍ଦ୍ର ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । 10 ଦିନ ତଳେ ଜିତେନ୍ଦ୍ର ଗାଁ କୁ ଆସିଥିବା ବେଳେ ଗତ ବୁଧବାର ମା ଙ୍କୁ ନେଇ ଭୁବନେଶ୍ବର ଆସିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.