ETV Bharat / state

ବିଦ୍ୟାଳୟରେ ଝୁଲୁଛି ବିଦ୍ୟୁତ ତାର, ବିପଦରେ ଛାତ୍ରଛାତ୍ରୀ

ବିଦ୍ୟାଳୟ ପରିସରରେ ଝୁଲି ରହିଛି ୧୧କେଭି ବିଦ୍ୟୁତ ତାର । ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ। ଚିନ୍ତାରେ ଅଭିଭାବକ । ଅଧିକ ପଢନ୍ତୁ...

author img

By

Published : May 12, 2021, 4:46 PM IST

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ବିପଦରେ ଛାତ୍ରଛାତ୍ରୀ

ନୟାଗଡ: ଆସନ୍ନ ବିପଦରେ ବାରଙ୍ଗଗାଡିଆ ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ବିଦ୍ୟୁତ ତାର । ଏହାକୁ ହଟାଇବା ପାଇଁ ଆପତ୍ତି କଲେ ମଧ୍ୟ ଶୁଣୁନାହାନ୍ତି କୌଣସି ବିଭାଗୀୟ ଅଧିକାରୀ। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଟା ପାୱାର କେନ୍ଦ୍ରୀୟ ପରିବଣ୍ଟନ ବାଲୁଗାଁ ଅଧିଖଣ୍ଡ ନୟାଗଡ ଚାନ୍ଦପୁର ସେକ୍ସନ ବାରଙ୍ଗଗାଡିଆ ବିଦ୍ୟାଳୟ ପରିସରରେ l

ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ବିଦ୍ୟାଳୟ ପରିସରରେ ୧୧କେଭି ବିଦ୍ୟୁତ ତାର ଯାଇଛି। ଯାହାକି କଞ୍ଚା ଗଛରେ ସଲଗ୍ନ ଅଛି । ଅନେକ ସମୟରେ ଗଛରେ ବିଦ୍ୟୁତ ସହଯୋଗ ହେବାରୁ ପିଲାମାନେ ବିଦ୍ୟୁତ ଜନିତ ଆଘାତ ପାଉଛନ୍ତି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ କିଛି ଫଳ ମିଳୁନାହିଁ। ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁହନ୍ତି ଛାତ୍ରଛାତ୍ରୀଙ୍କ ର କ୍ଷତି ହେଲେ ବିଦ୍ୟୁତ ବିଭାଗ ଅଧିକାରୀ ଦାୟୀ ରହିବେ l ତେଣୁ ବିଦ୍ୟୁତ ବିଭାଗ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.