ETV Bharat / state

ବୈଦ୍ୟନାଥ ଦେବଙ୍କ ପୀଠରେ ଚରୁ ଭୋଗ ପାଇବାକୁ ମହିଳାଙ୍କ ଭିଡ଼ - ନୟାଗଡ ଖବର

ବୈଦ୍ୟନାଥ ଦେବଙ୍କ ପୀଠରେ ମହିଳାଙ୍କ ଭିଡ଼ । ଚରୁ ଭୋଗ ପାଇବାକୁ ମହିଳାଙ୍କ ଭିଡ଼ । ବାବା ବୈଦ୍ୟନାଥଙ୍କ ପାଖରେ ଯଜ୍ଞ ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଚରୁ ଭୋଗ ପାଇବାକୁ ଲାଗିଲା ମହିଳାଙ୍କ ଭିଡ଼ l ଲୋକାରଣ୍ୟ ହୋଇଉଠିଲା ବାବା ବୈଦ୍ୟନାଥଙ୍କ ପ୍ରସିଦ୍ଧ ଶୈବ ପୀଠ । ଅଧିକ ପଢନ୍ତୁ

ବୈଦ୍ୟନାଥ ଦେବଙ୍କ ପୀଠରେ ଚରୁ ଭୋଗ ପାଇବାକୁ ମହିଳାଙ୍କ ଭିଡ଼

author img

By

Published : Oct 13, 2022, 8:41 PM IST

ନୟାଗଡ଼ : ଜିଲ୍ଲା ରଣପୁର ବ୍ଲକ ତାଳକଣି ପାହାଡ଼ ଉପରେ ପୂଜା ପାଉଛନ୍ତି ବାବା ବୈଦ୍ୟନାଥ ଦେବ l ବୈଦ୍ୟନାଥ ଦେବଙ୍କ ପୀଠରେ ମହିଳାଙ୍କ ଭିଡ଼ । ଚରୁ ଭୋଗ ପାଇବାକୁ ମହିଳାଙ୍କ ଭିଡ଼ । ବାବାଙ୍କ ପାଖରେ ଯଜ୍ଞ ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଚରୁ ଭୋଗ ପାଇବାକୁ ଲାଗିଲା ମହିଳାଙ୍କ ଭିଡ଼ l ଲୋକାରଣ୍ୟ ହୋଇଉଠିଲା ବାବା ବୈଦ୍ୟନାଥଙ୍କ ପ୍ରସିଦ୍ଧ ଶୈବ ପୀଠ ।

ବୈଦ୍ୟନାଥ ଦେବଙ୍କ ପୀଠରେ ଚରୁ ଭୋଗ ପାଇବାକୁ ମହିଳାଙ୍କ ଭିଡ଼

ଦଶହରା ଅବସରରେ ଏହି ପୀଠରେ ଚାଲିଥିବା ସ୍ୱତନ୍ତ୍ର ପୂଜାର୍ଚ୍ଚନା ଉଦଯାପିତ ହୋଇଯାଇଛି l ୫ ଦିନ ବ୍ୟାପୀ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା l ପ୍ରତିବର୍ଷ ଭଳି ଚଳିତ ବର୍ଷ ଲୋକାରଣ୍ୟ ହୋଇଉଠିଥିଲା ଏହି ପୀଠ l ବିଶେଷ କରି ମହିଳାମାନେ ଚରୁ ଭୋଗ ପାଇବାକୁ ଭିଡ଼ ଜମାଇଥିଲେ l ମହିଳା ଏବଂ ପୁରୁଷ ଭକ୍ତମାନେ ମାନସିକ ରଖି ଏହି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି l ପୁତ୍ର ସନ୍ତାନ ପାଇଁ ଅନେକ ମହିଳା ମାନସିକ କରିଥାନ୍ତି l ତେବେ ଏହି ସମୟରେ ପୁତ୍ର ସନ୍ତାନ ପାଇଁ ମାନସିକ ରଖୁଥିବା ମହିଳାଙ୍କ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l

ଏହା ମଧ୍ୟ ପଢନ୍ତୁ: Aicc President Election: ଆସନ୍ତାକାଲି ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ

ତାଳକଣି ଗ୍ରାମ ସମେତ ସ୍ଥାନୀୟ ଗାଁର ଲୋକମାନେ ମିଳିତ ହୋଇ ଆୟୋଜନ କରିଥାନ୍ତି ଯଂଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ l ଆୟୋଜିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବେଳେ ଯିଏ ଯାହା ମାନସିକ ରଖେ ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥାଏ l ଏହାକୁ ଦୃଷ୍ଟିରେ ରଖି ବୈଦ୍ୟନାଥ ଦେବ ଆଞ୍ଚଳିକ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ଅତିଥି ଏବଂ ଭକ୍ତଙ୍କ ଭିଡ଼ ଲାଗିଥିଲା l ବୈଦ୍ୟନାଥ ଦେବଙ୍କ ପ୍ରସାଦସେବନ ପାଇଁ ଲୋକମାନେ ଭିଡ଼ ଜମାଇଥିଲେ l

ଏନେଇ ରଣପୁର ବିଧାୟକ କହିଛନ୍ତି ଯେ," ଏଠାରେ ବୈଦ୍ୟନାଥ ଦେବ ପୂଜା ପାଉଛନ୍ତି । ବାବାଙ୍କ ପାଖରେ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୂତି ହୋଇଛି । ଆଜିର ଅନ୍ତିମ ଦିବସରେ ଅନେକ ମହିଳାଙ୍କ ସହ ପୁରୁଷମାନେ ଏକତିତ୍ର ହୋଇଛନ୍ତି । କମିଟିର ସମସ୍ତେ ଏକାଠି ହୋଇଛନ୍ତି । ସମସ୍ତଙ୍କ ସହଯୋଗ କ୍ରମେ ଯଜ୍ଞର ଆଜି ପୂର୍ଣ୍ଣାହୂତି । ମୁଁ କମିଟିକୁ ଧନ୍ୟବାଦ ଜ୍ଞାପନ କରୁଛି ।"

ନୟାଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.