ନୟାଗଡ: ନୟାଗଡ ଜିଲ୍ଳାରେ ହୁ ହୁ ହୋଇ ବଢୁଛି କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା l ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଶହରେ ପହଞ୍ଚିଲାଣି l ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର ପାଲଟିଛି l ସଂକ୍ରମଣ ବୃଦ୍ଧି ଯୋଗୁଁ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଗୁଡିକୁ ବନ୍ଦ କରିଛି ପ୍ରଶାସନ ।
ସେଥିମଧ୍ୟରୁ ଗଣିଆ ବ୍ଲକ ବଡମୁଳ ଠାରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସର୍ଟ, ସାତକୋଶିଆ ବ୍ୟାଘ୍ର ସରଂକ୍ଷଣ ଏବଂ ଦଶପଲ୍ଲା ଠାରେ ଥିବା କୁଆଁରିଆ ହରିଣ ପାର୍କକୁ ବନ୍ଦ ରଖାଯାଇଛି l ଦର୍ଶକ ମାନଙ୍କ ପାଇଁ ଆଜି ମେ 2 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି l ମହାନଦୀ ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ ଏନେଇ ଲୋକଙ୍କୁ ଜଣାଯାଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ