ETV Bharat / state

Sakshyama Hin Shakti Project: ମାଗଣାରେ ସିଲାଇ ଶିଖିବେ ମହିଳା

author img

By

Published : Dec 21, 2021, 10:09 AM IST

ନୟାଗଡ ଜିଲ୍ଲା ଖୁଣ୍ଟୁବନ୍ଧ ଠାରେ 'ସକ୍ଷମ ହିଁ ଶକ୍ତି' ପ୍ରକଳ୍ପର ଶୁଭାରମ୍ଭ(Sakshyama Hin Shakti Project Odisha) । ଅଧିକ ପଢନ୍ତୁ

Sakshyama Hin Shakti Project: ମାଗଣରେ ସିଲାଇ ଶିଖିବେ ମହିଳା

ନୟାଗଡ: ଜିଲ୍ଲା ଖୁଣ୍ଟୁବନ୍ଧ ଠାରେ 'ସକ୍ଷମ ହିଁ ଶକ୍ତି' ପ୍ରକଳ୍ପର ଶୁଭାରମ୍ଭ(Sakshyama Hin Shakti Project Odisha) । ରାଜ୍ୟରେ ପ୍ରଥମେ ନୟାଗଡ଼ରେ ଏହି ପ୍ରକଳ୍ପର ଉଦଘାଟନ କରାଯାଇଛି । କାର୍ଯ୍ୟକ୍ରମରେ ମିଶନ ଶକ୍ତି ସଦସ୍ୟମାନଙ୍କୁ ମାଗଣାରେ ସିଲାଇ ତାଲିମ ଦିଆଯିବ ।

ଏକାଥରେ ୪୫ ଜଣ ମିଶନ ଶକ୍ତି ସ୍ଵୟଂ ସହାୟିକା ଗାଷ୍ଠୀର ସଦସ୍ୟମାନଙ୍କୁ ଆବାସିକ ତାଲିମ କାର୍ଯ୍ୟକ୍ରମ ୩୦ ଦିନ ପର୍ଯ୍ୟନ୍ତ ଦିଆଯିବ । ଏହିଭଳି ତାଲିମ ୧୦ ଟି ବ୍ୟାଚ ୪୫୦ ଜଣ ମହିଳାମାନଙ୍କ ପାଇଁ ଯୋଜନା କରାଯାଇଛି । ସରକାର ମିଶନ ଶକ୍ତି ସଦସ୍ୟମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଇଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ମିଶନ ଶକ୍ତି ଓ କର୍ମ ନିୟୋଜନ ଅଧିକାରୀ, ଡେପୁଟୀ ସି.ଇ.ଓ ଓରମାସ ଏବଂ ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ପ୍ରକଳ୍ପ ଦକ୍ଷତା ବୃଦ୍ଧି ଦିଗରେ ଏକ ନୂଆ ଦିଶା ଦେଖାଇବ ବୋଲି ମତବ୍ୟକ୍ତ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.