ETV Bharat / state

ନୟାଗଡ଼ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ - Review meeting of the Deputy Chairman

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ନୟାଗଡ଼ ଗସ୍ତ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭା ଗୃହରେ ଖରିଫ ଧାନ କ୍ରୟ ଓ ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ।

ନୟାଗଡ଼ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

author img

By

Published : Jan 13, 2021, 11:14 AM IST

ନୟାଗଡ଼: ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ନୟାଗଡ଼ ଗସ୍ତ କରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭା ଗୃହରେ ଖରିଫ ଧାନ କ୍ରୟ ଓ ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି ।

ନୟାଗଡ଼ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ପ୍ରଥମେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାର ପାନୀୟ ଜଳ ସୁବିଧା ସୁଯୋଗ ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାର ୮ ଟି ବ୍ଲକ ମଧ୍ୟରୁ ଯେଉଁ ବ୍ଲକ ଗୁଡ଼ିକୁ ସଠିକ ଭାବରେ ପାନୀୟ ଜଳ ଯୋଗାଣ ହୋଇ ପାରିନାହିଁ ସେ ବ୍ଲକ ଗୁଡ଼ିକୁ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ମଣ୍ଡିମାନଙ୍କରେ ଧାନ ଉଠାଣ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଏବଂ ଚାଷୀମାନଙ୍କର ନାମ ପଞ୍ଜୀକରଣ କରାଇ ସଠିକ୍ ଭାବରେ ଟୋକନ୍ ପ୍ରଦାନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ୍ୟ ପରାମର୍ଶ ଦେଇଛନ୍ତି ।

ସେହିପରି ନୟାଗଡ଼ ଜିଲ୍ଲାରେ ଥିବା ମିଲରମାନଙ୍କର ଟୋକନ୍ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ପାନୀୟ ଜଳ ସଂପର୍କରେ ଆସନ୍ତା 15 ତାରିଖରେ ଭୁବନେଶ୍ବର କୃଷି ଭବନ ଠାରେ ଅନୁଷ୍ଠିତ ହେବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ରହିଥିବା ପ୍ରକାଶ କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.