ETV Bharat / state

ନୟାଗଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ - ନୟାଗଡରେ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ନୟାଗଡ ଗସ୍ତରେ ଆସି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ । ଅଧିକ ପଢନ୍ତୁ

ନୟାଗଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

author img

By

Published : Jul 14, 2022, 8:46 AM IST

Updated : Jul 14, 2022, 8:55 AM IST

ନୟାଗଡ: କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ବୁଧବାର ନୟାଗଡ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l ପ୍ରଥମେ ନୟାଗଡ଼ ଜିଲ୍ଲାପାଳଙ୍କ ସହ କଣ୍ଟିଲୋ ନୀଳମାଧବ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ ତଦାରଖରେ ଯାଇଥିଲେ l ପରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ l ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ବାସ୍ଥ୍ୟ, ଗ୍ରାମ୍ୟପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ମୃର୍ତ୍ତିକା ସଂରକ୍ଷଣ, ଶ୍ରମ ବିଭାଗ, ନଗର ଉନ୍ନୟନ ଇତ୍ୟାଦି ବିଭାଗର ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ନୟାଗଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ
ନୟାଗଡରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଧାନ ଚାଷ ସହିତ ମାଛ ଚାଷ, ଉଦ୍ୟାନ କୃଷି, କୁକୁଡ଼ା ଚାଷ, ଛେଳି ଓ ଘୁଷୁରି ପାଳନ ପରି ଲାଭଜନକ ଚାଷ କଲେ ସୀମିତ ସମୟ ମଧ୍ୟରେ ଚାଷୀ ଅଧିକ ଉପକୃତ ହୋଇପାରିବ । ଏଥିପାଇଁ ସମ୍ପୃକ୍ତ ବିଭାଗଗୁଡିକ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଜନା ବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ସମନ୍ବିତ ଚାଷ ପାଇଁ ଚାଷୀମାନଙ୍କୁ ପରାମର୍ଶ, ତାଲିମ, ଆର୍ଥିକ ସହାୟତା, ଉତ୍ପାଦର ବିକ୍ରି ପାଇଁ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତ କରି କାର୍ଯ୍ୟ କଲେ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବ ଏବଂ ଜିଲ୍ଲାର ମଧ୍ୟ ଆର୍ଥିକ ବିକାଶ ଘଟିବ ବୋଲି ସେ ଜଣାଇଥିଲେ । ଏହାପରେ ଆୟୁକ୍ତ ନିର୍ମାଣଧୀନ ବାଲାଙ୍ଗୀ ପାର୍କ ପରିଦର୍ଶନ କରିଥିଲେ ।

ସୃଜନ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନୟାଗଡ

Last Updated : Jul 14, 2022, 8:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.