ETV Bharat / state

ନୟାଗଡରେ ଧୁମଧାମ୍‌ରେ ପାଳିତ ହେଲା ରଜମହୋତ୍ସବ

ନୟାଗଡ଼ର ଇକିରି ପଞ୍ଚାୟତର ନଛିପୁର ଗାଁରେ ପାଞ୍ଚ ବର୍ଷ ହେବ ଆୟୋଜନ ହେଉଛି ରଜ ଉତ୍ସବ । ଦିନକୁ ଦିନ ପରମ୍ପରା ବୁଡ଼ିବାକୁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଏହି ଗ୍ରାମବାସୀ ।

author img

By

Published : Jun 16, 2019, 6:31 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ନୟାଗଡ଼ର ଇକିରି ପଞ୍ଚାୟତର ନଛିପୁର ଗାଁରେ ପାଞ୍ଚ ବର୍ଷ ହେବ ଆୟୋଜନ ହେଉଛି ରଜ ଉତ୍ସବ । ଗାଁର ପ୍ରତ୍ୟେକ ମଣିଷ ଏକାଠି ହୁଅନ୍ତି ଓ ସମସ୍ତେ ଏଇ ପର୍ବକୁ ପାଳନ କରିଥାନ୍ତି । କୁହାଯାଏ ଏହା ନୟାଗଡ ଜିଲ୍ଲାର ସବୁଠୁ ବଡ ରଜ ଉତ୍ସବ । ଦୁଇ ଦିନ ଧରି ଆୟୋଜନ ହୋଇଥିବା ଏହି ଉତ୍ସବରେ ପ୍ରଥମ ଦିନ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥାଏ । ପୁଚି, ଦୋଳି ଖେଳ, ପାନ ଭଙ୍ଗା, ଦହି ହାଣ୍ଡି ଭାଙ୍ଗିବା, ଝୋଟି, ମ୍ୟୁଜିକ ଚେୟାର, ଇତ୍ୟାଦି ବିଭିନ୍ନ ପ୍ରକାର ଖେଳ ହୋଇଥାଏ । ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗାଁର ପିଲାମାନେ ନାଚ, ଗୀତ କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସହରିକରଣ ହେତୁ ଗାଁର ଲୋକ କଳା ହଜିଯିବାକୁ ବସିଛି । ତେବେ ଏମିତି କିଛି କିଛି ଗାଁ ଅଛି ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ନଛିପୁର ଗାଁର ରଜକୁ ଆୟୋଜନ କରୁଥିବା ଆଲୋକ ଜ୍ୟୋତି କ୍ଲବର ସମସ୍ତ ସଭ୍ୟମାନେ ବେଶ ଖୁସି ପ୍ରକଟ କରନ୍ତି । ଓଡ଼ିଆଙ୍କ ବାର ମାସରେ ତେର ପର୍ବ । ତେବେ ସଂସ୍କୃତି ଓ ପରମ୍ପରାର ରଜ ଉତ୍ସବ ଯାହା ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ । ସଭ୍ୟତା ସହ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ଦିନକୁ ଦିନ ପରମ୍ପରା ବୁଡ଼ିବାକୁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ସଂସ୍କୃତି ଓ ପରମ୍ପରାକୁ ନେଇ ସଚେତନ ହେଲେଣି ଲୋକମାନେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ଓଡ଼ିଆଙ୍କ ବାର ମାସ ରେ ତେର ଯାତ୍ରା, ପାଳନ ହୋଇଥାଏ । ତେବେ ସଂସ୍କୃତି ଓ ପରମ୍ପରା ର ରଜ ଉତ୍ସବ ଯାହା ପ୍ରେତକ ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ।

Body:ସଭ୍ୟତା ସହ ସଂସ୍କୃତି ରେ ମଧ୍ୟ ପରିବର୍ତନ ହୋଇଛି । ଦିନକୁ ଦିନ ବୁଡ଼ିଗଲାଣି ପରମ୍ପରା । ତେବେ ବର୍ତ୍ତମାନ ସମୟରେ ସଂସ୍କୃତି ଓ ପରମ୍ପରା କୁ ନେଇ ସଚେତନ ହେଲେଣି ଲୋକ ମାନେ । ସହର ସଭ୍ୟତା ରେ ମଧ୍ୟ ଗାଁ ରେ ଦେଖାଯାଉଥିବା ଲୋକ କଳା କୁ ନେଇ ବିଭିନ ସମୟରେ ଆୟୋଜନ ହୋଇଥାଏ । ରଜକୁ ନେଇ ନୟାଗଡ଼ ଜିଲ୍ଲାର ଇକିରି ପଂଚାୟତ ର ନଛିପୁର ଗାଁରେ ପାଞ୍ଚ ବର୍ଷ ହେବ ଆୟୋଜନ ହେଉଛି ରଜ ଉତ୍ସବ । ଗାଁର ପ୍ରତେକ ମଣିଷ ଏକାଠି ହୁଅନ୍ତି, ଓ ସମସ୍ତେ ଏଇ ପର୍ବକୁ ପାଳନ କରିଥାନ୍ତି । ଦୁଇ ଦିନ ଧରି ଆୟୋଜନ ହୋଇଥିବା ଏହି ଉତ୍ସବ ରେ ପ୍ରଥମ ଦିନ ବିଭିନ ପ୍ରକାର ପ୍ରତିଯୋଗିତା ହୋଇଥାଏ । ପୁଚି, ଦୋଳି ଖେଳ, ପାନ ଭଙ୍ଗା, ଦହି ହାଣ୍ଡି ଭାଙ୍ଗିବା, ଝୋଟି, ମ୍ୟୁଜିକ ଚେୟାର, ଇତ୍ୟାଦି ବିଭିନ ପ୍ରକାର ଖେଳ ହୋଇଥାଏ । ଦ୍ୱିତୀୟ ଦିନ ସନ୍ଧ୍ୟାରେ ଗାଁର ପିଲା ମାନେ ନାଚ, ଗୀତ କରିଥାନ୍ତି । ଯାହା ନୟାଗଡ଼ ଜିଲ୍ଲାରେ ସବୁଠୁ ବଡ଼ ରଜ ଇତ୍ସଵ ଭାବରେ ପରିଚୟ ସୃଷ୍ଟି କରିପାରିଛି ।

Conclusion:ସହରିକରଣ ହେତୁ ଗାଁର ଲୋକ କଳା ହଜିଯିବାକୁ ବସିଛି । ତେବେ ଏମିତି କିଛି କିଛି ଗାଁ ଅଛି ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା । ନଛିପୁର ଗାଁର ରଜ କୁ ଆୟୋଜନ କରୁଥିବା ଆଲୋକ ଜ୍ୟୋତି କ୍ଲବର ସମସ୍ତ ସଭ୍ୟ ମାନେ ବେଶ ଖୁସି ପ୍ରକଟ କରନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.