ETV Bharat / state

ପୋଲିଓ ରୋଗରେ ପୀଡ଼ିତ କଳ୍ପନା, ମିଳୁନି ସରକାରୀ ସହାୟତା

author img

By

Published : Jun 22, 2022, 7:49 PM IST

ନୟାଗଡ ଜିଲ୍ଲା ରଣପୁର NAC ଅନ୍ତର୍ଗତ ୭ନଂ ୱାର୍ଡର କଳ୍ପନା ପ୍ରଧାନ ପିଲାଟି ଦିନରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଚିକିତ୍ସତ ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ଅଧିକ ପଢନ୍ତୁ

ପୋଲିଓ ରୋଗରେ ପୀଡ଼ିତ କଳ୍ପନା, ମିଳୁନି ସରକାରୀ ସହାୟତା
ପୋଲିଓ ରୋଗରେ ପୀଡ଼ିତ କଳ୍ପନା, ମିଳୁନି ସରକାରୀ ସହାୟତା

ନୟାଗଡ଼ : ପୋଲିଓ ରୋଗରେ ପୀଡିତ ଝିଅର ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ନୟାଗଡ ଜ଼ିଲ୍ଲା ରଣପୁର NAC ଅନ୍ତର୍ଗତ ୭ନଂ ୱାର୍ଡର କଳ୍ପନା ପ୍ରଧାନ । ପିଲାଟି ଦିନରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ଚିକିତ୍ସତ ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ସରକାରୀ ଚିକିତ୍ସା ଯୋଗାଇ ଦେବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି ସରକାର । ହେଲେ କଳ୍ପନାଙ୍କ ପାଖେ ଏହା ଅପହଞ୍ଚ । ପରିବାର କହିଲେ ତାଙ୍କର ବୁଢ଼ା ବାପା ଏବଂ ରୋଗୀଣା ମା’ ।

ବାପା ଉଲ୍ଲାସ ପ୍ରଧାନ ଜଣେ ଦିନ ମଜୁରିଆ ହୋଇଥିବାରୁ ମୂଲ ଲାଗି ଯାହା ଟଙ୍କା ଆଣନ୍ତି, ତାହା ଓଳିଏ ଖାଇଲେ ଅନ୍ୟ ଓଳିଏକୁ ସକ୍ଷମ ହୁଅନି । ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡେ । ଏଭଳି ପରିସ୍ଥିତିରେ କିଭଳି ଝିଅର ଉପଯୁକ୍ତ ଚିକିତ୍ସା କରାଇବେ ତାକୁ ନେଇ ଚିନ୍ତାରେ ପରିବାର । ବାରମ୍ବାର ଏନେଇ ରାଜନେତାଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । କଳ୍ପନା ଚାଲିପାରୁନଥିବା ବେଳେ ତାଙ୍କୁ ପ୍ରତ୍ୟେକ ସମୟରେ ପ୍ରତ୍ୟେକ କାମରେ ଜଣଙ୍କ ସାହାଯ୍ୟ ଦରକାର ହୋଇଥାଏ । ତେଣୁ, ଉପଯୁକ୍ତ ଚିକିତ୍ସା ହୋଇପାରିଲେ ସେ ଚାଲିପାରନ୍ତେ । ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ତରଫରୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.