ନୟାଗଡ: ମନ୍ଦିର କାମକୁ ଅଟକାଇବାକୁ ପୋଲିସର ଉଦ୍ୟମ । ଏନେଇ ପୋଲିସକୁ ହଟହଟା ହେବାକୁ ପଡିଛି । ଏପରି ଘଟଣା ଘଟିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ପଦ୍ମାବତୀ ଗାଁ । ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।
ସୂଚନାଅନୁସାରେ,ପଦ୍ମାବତୀ ଗାଁର 500ରୁ ଅଧିକ ଲୋକ ବସବାସ କରନ୍ତି । ସେମାନେ ତାଙ୍କ ନିଜ ଉଦ୍ୟମରେ ଗାଁରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ପୋଲିସ ଏଥିରେ ଅଯଥା ହସ୍ତକ୍ଷେପ କରିଛି । ଏ ନେଇ ଉତ୍ୟକ୍ତ ହୋଇଛନ୍ତି ଗ୍ରାନବାସୀ । ଫଳରେ ଥାନା ଘେରାଉ କରିବାରୁ ବାଧ୍ୟ ହୋଇଛନ୍ତି ଗ୍ରାମବାସୀ ।
ଗାଁରେ ମନ୍ଦିର ନିର୍ମାଣ ପାଇଁ ସର୍ବସମମ୍ମତି ମିଳିଥିଲା । ଏହା ପରେ ଜାଗା ଚିହ୍ନଟ ଶୁଭ ଦିଆଯାଇଥିଲା । ଗାଁର ଜଣେ ବ୍ୟକ୍ତି କାର୍ଯ୍ୟରେ କେଁ ପୁରାଇ ଫତେଗଡ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଗାଁକୁ ଆସି ଘଟଣାରେ ଅଯଥା ହସ୍ତକ୍ଷେପ କରିଥିବା କହିଛନ୍ତି ଗାଁ ଲୋକ । ଏହାର ପ୍ରତିବାଦ କରି ଗାଁ ଲୋକ ଥାନା ଘେରାଉ କରିଥିଲେ । ଲୋକଙ୍କୁ ବୁଝାସୁଝା କରି ପୋଲିସ ହସ୍ତକ୍ଷେପ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେବା ପରେ ଧାରଣାରୁ ହଟିଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ